କୋରାପୁଟ ;ତା-୩୧/୦୩(ବିଏମସି ଟିଭି ଓଡ଼ିଆ)
କୋରାପୁଟ ବ୍ଲକ୍ ଅନ୍ତନିର୍ବେଶିୟ ଶିକ୍ଷା ବିଭାଗ ତରଫରୁ ଭିନ୍ନକ୍ଷମ ପିଲାଙ୍କୁ ନେଇ କ୍ଷେତ୍ର ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା କୋରାପୁଟ ବିଇଓ ଦାୟିତ୍ୱରେ ଥିବା ଜଗନ୍ନାଥ ଭତ୍ରା ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କ୍ଷେତ୍ର ପରିଭ୍ରମଣରେ ଭିନ୍ନକ୍ଷମ ପିଲାଙ୍କ ସହ ଅଭିଭାବକ ଏବଂ ଶିକ୍ଷକମାନେ ମଧ୍ୟ ବିଭିନ୍ନ ଜାଗା ପରିଭ୍ରମଣ କରିଥିଲେ।ସୁନାବେଡ଼ା ହରିଣ ପାର୍କ,ଦାମନଯୋଡି ର ହନୁମାନ ମନ୍ଦିର, ପାର୍କ ଆଦି ଭ୍ରମଣ କରିଥିବା ସୂଚନା ମିଳିଛି। ଏବିଇଓ ଶିବ ପ୍ରସାଦ ରଥ, ବିଆରପି ଇତିଶ୍ରୀ ସୁବୁଦ୍ଧି, ସିଆରସିସି ବାସୁଦେବ ଦାସ,ସୁଜିତ୍ ପଲେଇ ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହାୟତା କରିଥିଲେ।
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ଦେବାଶ୍ରିତ ପଟନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।