ସଡକ ସୁରକ୍ଷା ସଚେନତା ଆଲୋଚନା ଚକ୍ର ଏବଂ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା କୌଶଳ ତାଲିମ୍ ଶିବିର ଆୟୋଜିତ।

ବେଲଗୁଣ୍ଠା ; ତା-୦୬/୦୧(ବିଏମସି ଟିଭି ଓଡ଼ିଆ)

କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ୍ ଶାଖା ଏବଂ ଭଂଜନଗର ଆଞ୍ଚଳିକ ପରିବହନ ବିଭାଗ ମିଳିତ ଆନୁକୁଲ୍ୟରେ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ‘ସଡକ ପରିବହନ ସଚେତନତା ଆଲୋଚନା ଚକ୍ର ‘ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ” ସଡକ ସୁରକ୍ଷାରେ ଛାତ୍ରଛାତ୍ରୀମାନଙ୍କ ଭୂମିକା” ଶୀର୍ଷକ ଆଲୋଚନା ଚକ୍ରକୁ ଭଂଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭାରମ୍ଭ କରିବା ସହ ସଡକ ସୁରକ୍ଷା ସଂପର୍କରେ ଦୃଷ୍ଟାନ୍ତ ମୂଳକ ତଥ୍ୟ ଉପସ୍ଥାପନ କରିଥିଲେ । ମଞ୍ଚାସିନ ସାଧନା ବ୍ୟକ୍ତି ବି ଗୋବିନ୍ଦ ରାଓ ଏବଂ ପ୍ରଶାସନିକ ଅଧିକ୍ଷକ କୁମୁଦ ଚନ୍ଦ୍ର ମହାପାତ୍ର ପ୍ରମୁଖ ସଡକ ସୁରକ୍ଷାରେ ଛାତ୍ରଛାତ୍ରୀମାନଙ୍କ ଭୂମିକା ସମ୍ପର୍କରେ ବହୁ ସକରାତ୍ମକ ତଥ୍ୟ ପ୍ରଦାନ କରିବା ସହ ଛାତ୍ରଛାତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଆନ୍ତରିକତା ସହିତ ସମିଲ ହେବାକୁ ପରାମର୍ଶ ଦେଇଥିଲେ । ଯୁବ ରେଡକ୍ରସ୍ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଅତିଥିମାନଙ୍କ ଅଭ୍ୟର୍ଥନା ପରିଚାଳନା କରିଥିଲେ ।ପ୍ରୋଜେକ୍ଟର ଦ୍ଵାରା ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ବିଦ୍ୟାର୍ଥୀମାନଙ୍କୁ ସଚେତନ କରାଯାଇଥିଲା ।

ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ସେହିପରି ଆଜି ଅନୁଷ୍ଠାନରେ ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା କୌଶଳ ତାଲିମ୍ ଶିବିରର ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମକୁ ପ୍ରାକ୍ତନ ଅଧ୍ୟକ୍ଷ ତଥା ଯୁବ ରେଡକ୍ରସର ବରିଷ୍ଠ ସାଧନା ବ୍ୟକ୍ତି ବି ଗୋବିନ୍ଦ ରାଓ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପିକା ଜୟଶ୍ରୀ ସେଠୀ ସଂଯୋଜନା କରିଥିଲେ । ଯୁବ ରେଡକ୍ରସ୍ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମଞ୍ଚାସୀନ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ଅଧ୍ୟାପିକା ରୁନିବାଳା ତ୍ରିପାଠୀ ଏବଂ ଅଧ୍ୟାପକ ତ୍ରିନାଥ ବେହେରା ପ୍ରମୁଖ ଛାତ୍ରୀମାନେ ଆତ୍ମ ସୁରକ୍ଷା ତାଲିମ୍ ଗ୍ରହଣ କରି ନିଜକୁ ତଥା ମହିଳା ସମାଜକୁ ସୁରକ୍ଷା ଦେବାରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରଶିକ୍ଷିକା ଅର୍ଚ୍ଚନା ବିଶ୍ଵାଳ ଏବଂ ସୁନୀତା ରାନୀ ସେଠୀ ତାଲିମ ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଭାରତୀ ବିଶ୍ଵାଳ, ଯମୁନା ଖୁଣ୍ଟିଆ,ଶିବାନୀ ନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଉଭୟ କାର୍ଯ୍ୟକ୍ରମରେ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ଯଥାକ୍ରମେ ଦେବେଶ ଚନ୍ଦ୍ର ମହାପାତ୍ର, ଦିପୁ ଭୂୟାଁ , ପିଙ୍କି ପୋଲାଇ, ପ୍ରଦୀପ ଦିଗାଲ, ସୋମେନ୍ଦୁ ପଣ୍ଡା , ଗାଙ୍ଗୁଲି ପାଲଟାସିଂ, ଭାରତୀ ବିଶ୍ଵାଳ ,ଗଙ୍ଗାଧର ରଣା, ଯମୁନା ଖୁଣ୍ଟିଆ, ଶିବାନୀ ନାୟକ, ପଦ୍ମ ଚରଣ ନାୟକ, ରମେଶ ବିଷୋୟୀ , ବଳରାମ ଗୌଡ, ସନ୍ତୋଷ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।ଅଧ୍ୟାପିକା ଜୟଶ୍ରୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *