ରାଇରଙ୍ଗପୁର ;ତା-୨୫/୦୫(ବିଏମସି ଟିଭି ଓଡ଼ିଆ)
ସ୍ଥାନୀୟ ମହିଳା ମହାବିଦ୍ୟାଳୟର ଓଡ଼ିଶା ରାଜ୍ଯ ମୁକ୍ତ ବିଶ୍ବବିଦ୍ୟାଳୟର ନୁତନ ଶୀକ୍ଷାର୍ଥୀ ମାନଙ୍କ ଉଦ୍ଦେଶ୍ଯ ରେ ଏକ ସ୍ବାଗତ ସମାରୋହ ଆୟୋଜିତ ହୋଇ ଯାଇଛି। ଅଧ୍ୟକ୍ଷ ରବିଶଙ୍କର ସତପଥିଙ୍କ ମାର୍ଗଦର୍ଶନ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ କୋର୍ଡିନେଟର ବିଜୟ କୁମାର ରାମ ସଭାପତିତ୍ବ କରି ଅତିଥି ପରିଚୟ ଓ ସ୍ବାଗତ ସଂଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଲ କେ କଲେଜ ବାଙ୍ଗିରିପୋଷିର ରିଡର ଅଶୋକ କୁମାର ମହାପାତ୍ର ମୁଖ୍ଯ ଅତିଥିରୁପେ ଉପସ୍ଥିତ ରହି ଓ ଏସ ଓ ୟୁ ରେ ଶିକ୍ଷା ସପକ୍ଷରେ ବାର୍ତ୍ତା ପ୍ରଦାନ କରିଥିଲେ। କାଉନସେଲର ଇତିହାସର ପ୍ରାଧ୍ଯାପକ ପ୍ରଶାନ୍ତ କୁମାର ପରୀକ୍ଷା, ରାଜନୀତି ବିଜ୍ଞାନ ଅଧ୍ୟାପକ ରାଜେଶ କୁମାର ରାମ ମଞ୍ଚାସୀନ ହୋଇ ଶିକ୍ଷାର୍ଥୀଙ୍କ ଶୀକ୍ଷା ଓ ଉଜ୍ଜ୍ବଳ ଭବିଷ୍ଯତ ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ ଏବଂ ଡକ୍ଟର ରାଜେନ୍ଦ୍ର ମଣ୍ଡଳ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷା ପାଇଁ ଶୃଙ୍ଖଳା ଓ ସଚେତନତାର ଆବଶ୍ଯକତା ଉପରେ ବକ୍ତବ୍ଯ ରଖିଥିଲେ। ସପୋର୍ଟ ସ୍ଟାଫ ଶ୍ୟାମ ସୁନ୍ଦର ମଣ୍ଡଳ ସଭା ପରିଚାଳନା କରିଥିଲେ, ଅମିତ ଗୋପାଳ ସହଯୋଗ କରିଥିଲେ। ପ୍ରାଧ୍ଯାପକ ଜନକ କୁମାର ଗିରି ତାଙ୍କର ବକ୍ତବ୍ଯ ରଖି ଧନ୍ୟବାଦ ଅର୍ପଣ କରିଥିଲେ। କାଉନସେଲର ଡକ୍ଟର ଦିଗମ୍ବର ଗିରି, ପ୍ରାଧ୍ଯାପକ କାନ୍ହୁ ଚରଣ ନାୟକ ଶୁଭେଚ୍ଛା ବାର୍ତା ପ୍ରେରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାୟା ମାହାଲି, ଶାଲୁ ମୁର୍ମୁ, କୁନୀ ବେହେରା, ସ୍ନେହା ସମସ୍ତେ ସହଯୋଗ କରିଥିଲେ।
ରାଇରଙ୍ଗପୁର ରୁ ଉତ୍ତମ ରାମ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।