ଆମ ପ୍ରତିଭା ଆମ ଆଦର୍ଶ ତରଫରୁ ହିନ୍ଦୋଳ ବ୍ଲକ ର କୃତୀ ଛାତ୍ରଛାତ୍ରୀ ହେଲେ ସମ୍ବର୍ଦ୍ଧିତ।

ଢେଙ୍କାନାଳ ;ତା-୩୧/୦୫(ବିଏମସି ଟିଭି ଓଡ଼ିଆ)

ଶନିବାର ସକାଳ ୧୦ ଘଟିକା ସମୟ ରେ ନବଗଠିତ ସଂଗଠନ ଆମ ପ୍ରତିଭା ଆମ ଆଦର୍ଶ ତରଫରୁ ଆଗେଇବା ପରିବାର ଢେଙ୍କାନାଳ ର ସହଯୋଗ ରେ ହିନ୍ଦୋଳ ବ୍ଲକ ସ୍ତରୀୟ ୨୦୨୪/୨୫ ଶିକ୍ଷା ବର୍ଷ ରେ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାୟ ୧୪୦ରୁ ଉର୍ଦ୍ଧ୍ୱ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ନିମିତ୍ତ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ସାତ ମାଇଲ୍ ସ୍ଥିତ ଜନତା ମହାବିଦ୍ୟାଳୟ ପରିସର ରେ ସମ୍ବର୍ଦ୍ଧିତ କରାଯାଇଛି।  ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ବ ତଥା  ବିଜ୍ଞାନ ମହାନ୍ତି ଙ୍କର ସଂଯୋଜନା ରେ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ ଅବସର ରେ  ପ୍ରିୟ ରଞ୍ଜନ ମାହୁନ୍ତ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ସମ୍ପାଦକ ପ୍ରଶାନ୍ତ ଦାସ୍ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନ ର ପ୍ରତିଷ୍ଠାତା ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁ,ମୁଖ୍ୟ ଅତିଥି ହିନ୍ଦୋଳ ଉପ ଜିଲ୍ଲାପାଳ ପ୍ରଭାସ କୁମାର ବେହୁରା,ମୁଖ୍ୟବକ୍ତାଭାବେ ହିନ୍ଦୋଳ ଏସଡିପିଓ ସତ୍ୟ ପ୍ରକାଶ ନନ୍ଦ,ସମ୍ମାନିତ ଅତିଥି ଭାବେ ହିନ୍ଦୋଳ ତହସିଲଦାରଦିଲ୍ଲୀପ କୁମାର ସେଠୀ,ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର ,ଜନତା କଲେଜ ଆଲୁମିନି ସଭାପତି ରତିକାନ୍ତ ଗଡ଼ନାୟକ ଓ ଜନତା ମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ ପୁଷ୍ପରାଣୀ ନାଥ ମଞ୍ଚାସୀନ ହୋଇଥିଲେ। ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ସ୍ମରଣ ପୂର୍ବକ ସମସ୍ତ ଅତିଥି ଗଣ ପ୍ରଦୀପ ପ୍ରଜ୍ବଳନ କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଓ ଅଭିଭାବକ ମାନଙ୍କୁ ଓଜସ୍ବିନୀ ପ୍ରେରଣା ଦାୟୀ ବକ୍ତବ୍ୟ ଜରିଆ ରେ ଶିକ୍ଷା ର ମହତ୍ତ୍ଵ କୁ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ। ଉପସ୍ଥିତ ସମସ୍ତ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ଛାତ୍ର ଛାତ୍ରୀ ତଥା ଅଭିଭାବକ ଏତାଦୃଶ କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିବା ସହିତ ନିଜର ଖୁସି ଜାହିର କରିଥଲେ। ଆଞ୍ଚଳିକ ସ୍ତର ରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥା ଜନ ମଙ୍ଗଳ ରାସୋଳ ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ ଓ ଉପ ସଭାନେତ୍ରୀ ଶ୍ରୀମତି ପ୍ରତିମା ପାଲ୍,ସାମ୍ବାଦିକ ଭାଇ ମାନେ ଉପସ୍ଥିତ ରହି ସହାୟତା ର ହାତ ବଢ଼ାଇଥିଲେ। ପରିଶେଷରେ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ,ସାମ୍ବାଦିକ, ସମାଜସେବୀ ଭାଇ ଭଉଣୀ ମାନଙ୍କୁ ପ୍ରତିଷ୍ଠାତା ମହେଶ ସାହୁ ସମସ୍ତଙ୍କର ଜୀଵନ ର ଚଲାପଥ କୁସୁମିତ ହେବାର କାମନା କରି ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ।

ଢେଙ୍କାନାଳ ରୁ ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *