ମୟୂରଭଞ୍ଜ ;ତା-୦୫/୦୫(ବିଏମସି ଟିଭି ଓଡ଼ିଆ)
ବାଘଡ଼ା ମୋରଡ଼ା ରାସ୍ତାରେ ଏକ ପିକଅପ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ଆହତ ହୋଇଛନ୍ତି । ତେବେ ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଞ୍ଚଳରେ । ସୂଚନା ମୁତାବକ, ଆଜି ରାତି ପ୍ରାୟ ୯ଟା ୧୫ ମିନିଟ ସମୟରେ ଏକ ପିକଅପରେ ତିରିଶରୁ ଉର୍ଦ୍ଧ୍ବ ଶ୍ରମିକ କାର୍ଯ୍ୟ ସାରି ଘରକୁ ଫେରୁଥିବା ସମୟରେ ବାଘଡ଼ା-ମୋରଡା ରାସ୍ତାର ବାଲିଶୁଳିଆ ନିକଟରେ କୌଣସି କାରଣବଶତଃ ପିକଅପଟି ଓଲଟି ପଡିବାରୁ ପିକଅପରେ ଥିବା ୩୦ରୁ ଉର୍ଦ୍ଧ୍ବ ଶ୍ରମିକ ଆହତ ହୋଇଛନ୍ତି ।ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋଷ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଗୁରୁତରଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ପଠାଯାଇଛି । ତେବେ ପିକଅପଟି ରାସ୍ତାରୁ ପାଖାପାଖି ୩୦ ଫୁଟ ତଳକୁ ଖସି ଗଛରେ ବାଡେଇ ହୋଇ ଅଟକି ଥିଲା । ସେହିପରି ଖବରପାଇ ଶୁଳିଆପଦା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।
ମୟୂରଭଞ୍ଜ ରୁ ଘାସିରାମ ବେହେରା ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।