ମଧ୍ୟଖଣ୍ଡ ସମବାୟ ସମିତିରେ ଧାନ ମଣ୍ଡି ଉଦଘାଟିତ ଉଠିପାରିଲାନି ଧାନ, ଅସନ୍ତୁଷ୍ଟ ଚାଷୀ।

ନୟାଗଡ ; ତା-୧୭/୦୧(ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ୟଖଣ୍ଡ ପଞ୍ଚାୟତ ର ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟର ପରିସରରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ମଧ୍ୟଖଣ୍ଡ କୃଷି ସମବାୟ ସମିତିର ସଭାପତି ଶ୍ରୀଧର ବିଶ୍ୱାଳ ଓ ସୋସାଇଟି ସମ୍ପାଦକ ପ୍ରମୋଦ କୁମାର ଦେହୁରୀ ଓ ଧାନ କ୍ରୟ ଅଧିକାରୀ ଅନନ୍ତ ନାରାୟଣ ନନ୍ଦ ଓ ଆର ଏମ ସି କର୍ମଚାରୀ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମେ ପୂଜାର୍ଚ୍ଚନା କରାଯାଇ଼ ଧାନ କ୍ରୟ କରାଯିବାର ଥିଲା।

ଧାନର ଏଫ ଏ କ୍ଯୁ ମାନ ର ପରୀକ୍ଷା ମଧ୍ୟ କରାଯାଇଥିଲା। ତେବେ ଧାନର ମାନ ଠିକ ନ ଥିବା ଯୋଗୁଁ ଧାନ ଯାଇପାରିନଥିଲା। ତେବେ ମିଲର ଧାନ ଉଠାଇବାକୁ ମଣ୍ଡି ସ୍ଥାନକୁ ମଧ୍ୟ ଆସିନଥିଲା। ଜିଲ୍ଲାରେ ୭ତାରିଖ ରୁ ମଣ୍ଡି ଆରମ୍ଭ ହୋଇଥିବା ବେଳେ ଦଶପଲ୍ଲା ଠାରେ ଆଜି ମଣ୍ଡି ଖୋଲିଥିବା ଦେଖିବାକୁ ମିଳିଛି।ତେବେ ଚାଷୀ ଙ୍କ ଧାନକୁ ନେବା ପାଇଁ କଟନୀ ଛଟନୀ ରେ ହିସାବ ତ୍ରୁଟି ଯୋଗୁଁ ଧାନ ଉଠିବା ସମ୍ଭବ ହେଲାନି। ସେବା ସମବାୟ ସମିତିର ସମ୍ପାଦକ ଙ୍କ ଦ୍ୱାରା ଧାନ କିଣିବା ଅସମ୍ଭବ ହୋଇଥିଲା। ଚାଷୀ ମାନେ ଧାନ ନ ଦେବାକୁ ନ ଛୋଡ ବନ୍ଧା। ମିଲର ପରିବର୍ତନ କରିବା ପାଇଁ ଚାଷୀ ମାନେ ମତ ପ୍ରକାଶ କରିଛନ୍ତି। ଜିଲ୍ଲାପାଳ ମହୋଦୟ ଙ୍କୁ ଲିଖିତ ଦେବା ପାଇଁ ନିଷ୍ପତ୍ତି କରିଛନ୍ତି। ଫଳରେ ଧାନ ବସ୍ତା ଦଶପଲ୍ଲା ଗଣିଆ ମୁଖ୍ୟ ରାସ୍ତାର କଡରେ ଗଦା ହୋଇ ରହିଛି। ଚାଷୀ ସବୁବେଳେ ଦଳିତ ଆଉ ନିଷ୍ପେସିତ ଅବସ୍ଥାରେ ରହିବା କଣ ଠିକ? ତେବେ ତୁରନ୍ତ ସମସ୍ୟାର ସମାଧାନ କରାଗଲେ ଚାଷୀ ଉପକୃତ ହେବେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *