ଖୋର୍ଦ୍ଧା /ଗୁରୁଜଙ୍ଗ ; ତା-୧୩/୦୫ (ବିଏମଶି ଟିଭି ଓଡ଼ିଆ)
“ସଚ୍ଚି ରାଉତରାୟ ସାହିତ୍ୟ ସଂସଦ” ଗୁରୁଜଙ୍ଗ ର ଆନୁକୁଲ୍ୟରେ “ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ୱେତ ପଦମାସିନୀ ମହାନ୍ତି ସଭାପତିତ୍ବ କରିଥିଲେ। ସମ୍ପାଦକ ସନ୍ତୋଷ କୁମାର ସାହୁ ଓ ସଂଗଠନ ସମ୍ପାଦକ ଭବାନୀ ପ୍ରସାଦ କରଙ୍କ ଦ୍ବାରା ସଭାଟି ପରିଚାଳିତ ହୋଇଥିଲା।ଗୁରୁଜଙ୍ଗ ଖୋର୍ଦ୍ଧା , କୁମାର ବସ୍ତର “ସଚ୍ଚି ସାହିତ୍ୟ ପ୍ରେମୀ”ମାନେ ଏଥିରେ ଯୋଗ ଦେଇ ନିଜର ମତ ପ୍ରକାଶ କରିଥିଲେ।

ଖୋର୍ଦ୍ଧା ସାହିତ୍ୟ ସଂସଦ ର ପୂର୍ବତନ ସଭାପତି ଗୋପାଳ କୃଷ୍ଣ ଦାସ କବିଙ୍କ ଗଳ୍ପ ଓ ବିଶିଷ୍ଟ କବୟିତ୍ରୀ ଆରତୀ ମଞ୍ଜରୀ ଦାସ କବିଙ୍କ କାଳଜୟୀ କବିତା “ବାଜି ରାଉତ” ଉପରେ ଆଲୋକପାତ କରିଥିଲେ। ସଚ୍ଚି ରାଉତରାୟଙ୍କ ସାମଗ୍ରିକ ସାହିତ୍ୟ କୃତି ଆମର ଅନ୍ୟାନ୍ୟ ସମ୍ପଦ। ଏହାର ପ୍ରଚାର ଓ ପ୍ରସାର ପାଇଁ ଉପଯୁକ୍ତ ପଦକ୍ଷେପ ନେବାର ପ୍ରସ୍ତାବ ଗ୍ରହଣ କରାଗଲା।

ତତ୍ ସହ “ସଚ୍ଚି ରାଉତରାୟଙ୍କ ସ୍ମୃତି ପୀଠ” ଗୁରୁଜଙ୍ଗ ଠାରେ ନିର୍ମାଣ କରିବାର ଦାୟିତ୍ଵ ସର୍ବ ସମ୍ମତି କ୍ରମେ ରାଜେଶ ମହାନ୍ତିଙ୍କୁ ଅର୍ପଣ କରାଗଲା। ସଭା ଶେଷରେ ବିଭୂତି ସେନାପତି ଯୋଗ ଦେଇଥିବା ସମସ୍ତ ସାହିତ୍ୟ ପ୍ରେମୀ ସାହିତ୍ୟିକ ମାନଙ୍କୁ ହାର୍ଦିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଖୋର୍ଦ୍ଧା ରୁ ଜିଲ୍ଲା ପ୍ରତିନିଧି ରାଜେଶ ଚନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।