ନୟାଗଡ ;ତା-୧୨/୦୩(ବିଏମସି ଟିଭି ଓଡ଼ିଆ)
ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଂଚଳ ରେ ବିକାଶ ସହିତ ଚାଷୀ ଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେହିପରି ଜଳ ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସରକାର ଖର୍ଚ୍ଚ କରୁଛନ୍ତି ଟଙ୍କା
କିନ୍ତୁ ଏଠି ଲୋକଙ୍କ ଆବଶ୍ୟକ ଅନୁଯାୟୀ କାର୍ଯ୍ୟ ନ ହୋଇ ଠିକାଦାରଙ୍କୁ ସୁହାଇଲା ଭଳି କାର୍ଯ୍ୟ ହେଉଛି।
ଡ଼୍ୟାମ ରେ ପାଣି ନାହିଁ ଏକପ୍ରକାର ଖେଳ ପଡିଆ ପାଲଟି ଗଲାଣି କିନ୍ତୁ ପ୍ରତ୍ୟେକ ବର୍ଷ କେନାଲ ସଫା ,କେନାଲ ହୁଡା ମରାମତି ଓ ଡ଼୍ୟାମ ରାସ୍ତା କାର୍ଯ୍ୟ ପ୍ରତ୍ୟେକ ବର୍ଷ ନିର୍ମାଣ ହେଉଛି କିନ୍ତୁ ଡ଼୍ୟାମ ଖୋଳା କଥା କେବେ ହୋଇନାହିଁ।

ବିନା ସୁଚନା ଫଳକରେ ପ୍ରତ୍ୟେକ ବର୍ଷ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା କିନ୍ତୁ ସାଧାରଣ ଲୋକ ମନରେ ସନ୍ଦେହ ଦୁର କରୁନାହାନ୍ତି ବିଭାଗ। କେତେ ଟଙ୍କା ଆସୁଛି କ’ଣ କାମ ହେବାକୁ ଆସୁଛି କିଏ କରୁଛି ସବୁ ଅନ୍ଧାରରେ ରଖି କାର୍ଯ୍ୟ ଚାଲୁଛି। ଏହିପରି ଦେଖିବାକୁ ମିଳିଛି ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ା ଝୋଲା ପଂଚାୟତର ପଣସ ଖାଲ ଡ଼୍ୟାମ ରେ ଏଠି ସହସହ ଚାଷୀ ପାଣି ଅଭାବରୁ ଚାଷ କାର୍ଯ୍ୟ ଛାଡ଼ି ସୁରାଟ ମୁହାଁ ହେଲେଣି।

ଏଥିମଧ୍ୟରୁ ଅଂଚଳର ଚାଷୀ ସୁଚନା ଅଧିକାର ରେ ତଥ୍ୟ ମାଗିଥିଲେ ମଧ୍ୟ ତଥ୍ୟ ଦବାକୁ ପଛଘୁଂଚା ଦେଉଥିବା ଅଭିଯୋଗ କରିଛନ୍ତି।
ହେଲେ ସରକାର ବଦଳିଥିବା ପରେ ମଧ୍ୟ କ୍ଷୁଦ୍ର ଜଳସେଚନ ବିଭାଗ ର ଲୋକଙ୍କ ଆବଶ୍ୟକ ଅନୁଯାୟୀ କାର୍ଯ୍ୟ କରିବା ମାନସିକତା ବଦଳି ନାହଁ। ଏହି ବିଷୟରେ ବିଭାଗ ଜେଇ ଙ୍କ ମତାମତ ନେବାପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ୍ ଲାଗିନଥିଲା।

ନୟାଗଡ଼ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।