ନୟାଗଡ଼ ; ତା-୦୩/୦୧(ବିଏମସି ଟିଭି ଓଡ଼ିଆ)

ନୟାଗଡ ଜିଲ୍ଲା ଅନ୍ତର୍ଗତ ନୂଆଗାଁ ବ୍ଲକ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଠାକୁର ଅବସ୍ଥିତ। ପ୍ରତି ବର୍ଷ ଏହି ଠାକୁର ଙ୍କ ନାମରେ ନୂଆଗାଁ ବ୍ଲକ ରେ ପଞ୍ଚୁପାଣ୍ଡବ ମହୋତ୍ସବ ପାଳିତ ହୋଇଥାଏ। ଏ ବର୍ଷ ମଧ୍ୟ ମହୋତ୍ସବ ଅନୁଷ୍ଠିତ ହେବା ପାଇଁ ଜାନୁଆରୀ ୧୦ ତାରିଖରେ ପ୍ରସ୍ତୁତି ବୈଠକ ବସିଥିଲା ଓ ଫେବୃୟାରୀ ୨,୩,୪ ତାରିଖରେ ମହୋତ୍ସବ ବଡ଼ ଧୂମଧାମ ରେ କରିବାକୁ ନିଷ୍ପତ୍ତି ହୋଇଥିଲା।

ତେବେ ୨ ତାରିଖରେ ଉଦଘାଟନୀ ଉତ୍ସବ ପରମ୍ପରା ଅନୁଯାୟୀ ଉଦଘାଟିତ ହୋଇଥିଲା। ଏଥିରେ କଂଗ୍ରେସ ର ବରିଷ୍ଠ ନେତା ସୁର ରାଉତ ରାୟ ଯୋଗ ଦେଇ ପତାକା ଉତୋଳନ କରିଥିଲେ। ତେବେ ସନ୍ଧ୍ୟା ପ୍ରୋଗ୍ରାମ ପାଇଁ ବାଚସ୍ପତି ମହୋଦୟା ଓ କନ୍ଧମାଳ ସାଂସଦ ଙ୍କୁ ନିମନ୍ତ୍ରଣ କରାଯାଇଥିଲା ବୋଲି ବିଶେଷ ସୂତ୍ରରୁ ପ୍ରକାଶ। ମାତ୍ର ଏ ଅତିଥି ଙ୍କ ପରିବର୍ତ୍ତେ ମୁଖ୍ୟ ଅତିଥି ଭାବେ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଯୋଗ ଦେଇଥିବା

ବେଳେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲଷ୍ମୀପ୍ରିୟା ବେହେରା,୧୬ ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମିନ ଦାଶ, ଦଶପଲ୍ଲା ବ୍ଲକ ୯ନଂ ଜିଲ୍ଲା ପରିଷଦ ହରିଶ୍ଚନ୍ଦ୍ର ଯାନୀ,ନୂଆଗାଁ ବ୍ଲକ ଅଧିକାରୀ ଅମୃତ କୁମାର ରାଉଳ,ଦଶପଲ୍ଲା ବ୍ଲକ ଶିକ୍ଷାଧିକାରୀ ଭକ୍ତ ବିନୋଦ ସଲ ପ୍ରମୁଖ ଯୋଗ ଦେଇ ଥିଲେ। ମାତ୍ର ଉତ୍ସବ ଟି ଫିକା ଫିକା ଲାଗିଥିଲା କାରଣ ସାଧାରଣ ଜନତା ବା ଦର୍ଶକ ଙ୍କ ଅଭାବ ଦେଖିବାକୁ ମିଳିଥିଲା। ଖୁଵ କମ ସଂଖ୍ୟକ ଜନସାଧାରଣ ଯୋଗ ଦେଇଥିଲେ। ଏଥିରୁ ଜଣାପଡୁଛି ବିଧାୟକ ଙ୍କ ଲୋକପ୍ରିୟତା ଧୀରେ ଧୀରେ କମିବାରେ ଲାଗିଛି।

ଦଶପଲ୍ଲା / ନୂଆଗାଁ ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।