ସରକାରୀ ବାଳିକା ବିଦ୍ୟାଳୟ ରେ “ପାପ୍”ବୈଠକ ଅନୁଷ୍ଠିତ।

ମାଲକାନଗିରି ;ତା-୧୬/୦୪(ବିଏମସି ଟିଭି ଓଡ଼ିଆ)

କୁଦୁମୁଲୁଗୁମା ପଞ୍ଚାୟତ ଅନ୍ତର୍ଗତ ପୁରୁଣା ଗୁମ୍ମା ଏସ ଏସ ଡି ବାଳିକା ବିଦ୍ୟାଳୟରେ “ପାପ୍” ବୈଠକ ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଶ୍ରୀ ଜଗନ୍ନାଥ ଙ୍କ ମୂର୍ତି ରେ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି କର୍ଯ୍ୟକମ କୁ ବିଦ୍ୟାଳୟ ର ଭରପ୍ରପ୍ତ ପ୍ରଧାନ ସେବକ ସୁଶାନ୍ତ କୁମାର ଓଝା ସଭାପତିତ୍ବ କରିଥିଲାବେଳେ ସଂସ୍କୃତ ଶିକ୍ଷକ ଚନ୍ଦ୍ରଶଖର ଦେ ମଞ୍ଚପରିଚାଳନ କରିଥିଲେ।

ମୂଖ୍ୟ ଅତିଥି ଭାବେ ଶ୍ରୀ ସନ୍ତୋଷ କୁମାର ପଣ୍ଡା ମଙ୍ଗଳ ସମ୍ପ୍ରସାରଣ ଅଧିକାର ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କୁଡୁମୁଲୁଗୁମ ପଞ୍ଚାୟତ ର ସରପଞ୍ଚ ମଙ୍ଗଳା ମାଢି, ହିମାଂଶୁ ଶେଖର ସ୍ୱାଇଁ ପ୍ରଭାକର ସୁନା ଗଣେଶ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଏହି ବୈଠକ ରେ ବିଦ୍ୟାଳୟ ର ସମସ୍ତ ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ। କୁର୍ତି ଅର୍ଜନ କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା।

କୁନି କୁନି ଛାତ୍ରୀ ମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ଅତି ଉଚକୋଟିର ହୋଇଥିଲା। ପରିଶେଷରେ ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ସମସ୍ତ ଅତିଥି ମାନ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ସଫାଲ୍ୟ କରିବା ପାଇଁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ସମସ୍ତ କାର୍ଯ୍ୟକର୍ତ୍ତା ମନପ୍ରାଣ ଦେଇ ଆଗେଇ ନେଇଥିଲେ।

ମାଲକାନଗିରି ରୁ ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *