ଗଞ୍ଜାମ ;ତା-୨୬/୦୪(ବିଏମସି ଟିଭି ଓଡ଼ିଆ)
ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଅଗ୍ରଦୂତ ଥିଲେ। ନବ ଓଡ଼ିଶା ଗଠନରେ ସେ ଥିଲେ ବିନ୍ଧାଣୀ।ତାଙ୍କର ନିରନ୍ତର ଉଦ୍ୟମ ଯୋଗୁଁ ଦେଶର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଓଡ଼ିଶା ଗଠନ ହୋଇଥିଲା। ଦୁଇଥର ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ କ୍ଷମତା ମୋହ ତାଙ୍କୁ ଗ୍ରାସ କରନଥିଲା। ମାତ୍ର ୩୩ ବର୍ଷ ବୟସରେ ସେ ପତ୍ନୀହରା ହେବା ପରେ ମଧ୍ଯ ସାଂସାରିକ ଜୀବନ ତ୍ୟାଗ କରି ଓଡ଼ିଶାର ନବ ନିର୍ମାଣରେ ସମଗ୍ର ଜୀବନକୁ ଦେଇଥିଲେ ବୋଲି ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୩ ତମ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ରାଜ୍ଯ ଖଣି ଓ ଇସ୍ପାତ ଏବଂ ବାଣିଜ୍ଯ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ଆଜି ଗୋଳନ୍ଥରା ଚଟି ଛକ ବନ୍ଦେ ମାତରମ୍ ଆଶ୍ରମରେ ଅୟୋଜିତ ଏକ ବୁଦ୍ଧିଜିବୀ ସମ୍ମିଳନୀରେ ଯୋଗ ଦେଇ ମନ୍ତ୍ରୀ ଜେନା କହିଛନ୍ତି ଯେ ଗଜପତି ମହାରାଜାଙ୍କ ଅପୂରଣୀୟ କାର୍ଯ୍ୟକୁ ପୂରଣ କରିବା ଦିଗରେ ଯୁବ ସମାଜ ବ୍ରତୀ ହେବାକୁ ଆହ୍ଵାନ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ଅଜିତ କୁମାର ସାହୁଙ୍କ ସଂଯୋଜନାରେ ଅୟୋଜିତ ଜୟନ୍ତୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ପ୍ରୋଫେସର ବିଷ୍ନୁ ଚରଣ ଚୌଧୁରୀ, ଡ. ଅନନ୍ତରାମ କର, ପ୍ରୋଫେସର ପ୍ରଫୁଲ୍ଲ ମହାନ୍ତି, ଗବେଷକ ଦଣ୍ଡପାଣି ମହାପାତ୍ର, ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଅତିଥି ଗଜପତି ମହାରାଜାଙ୍କ ସାଲିସ୍ ବିହୀନ ସଂଗ୍ରାମ, ତ୍ୟାଗପୂତ ଜୀବନ ଓ ରାଷ୍ଟ୍ର ଭକ୍ତି ବର୍ଣ୍ଣନା କରିଥିଲେ। ପ୍ରୋଫେସର ଭାଗବତ ପ୍ରସାଦ ପାତ୍ର, ପ୍ରୋଫେସର ବିଦ୍ୟୁତପ୍ରଭା ସାହୁ, ଡ. ସୁରେନ୍ଦ୍ରନାଥ ପାଣିଗ୍ରାହୀ, ଦୈନିକ ଆଶା ସମ୍ପାଦକ ପ୍ରମୋଦ ପଣ୍ଡା, ରବି ରଥ, ଡ. ବାୟାମନୁ ଚର୍ଚି, ଡ ଭଗବାନ ଗୌଡ, ଗଙ୍ଗାଧର ସତପଥୀ, ଶ୍ରୀରଙ୍ଗ ନାୟକ, ଦାକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ପ୍ରମୋଦ ପଣ୍ଡା, ସଂସ୍କୃତ କଲେଜ ଅଧ୍ୟକ୍ଷ ମହନ୍ତ ହରିହର ଦାଶ ପ୍ରମୂଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରାଜ୍ଯ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ଧନ୍ୟବାଦ ଦେଇଥିଲେ। ଉତ୍ସବରେ ଶତାଧିକ ବୁଦ୍ଧିଜୀବୀ ଓ ଜନପ୍ରତିନିଧି ଯୋଗ ଦେଇଥିଲେ।
ଗଞ୍ଜାମ ରୁ ନିମାଇଁ ଚରଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।