ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ।


ସମ୍ବଲପୁର ;ତା-୨୩/୧୨(ବିଏମସି ଟିଭି ଓଡିଆ)

ବରପାଲି ଜଳସମ୍ପଦ ବିଭାଗ ଆନୁକୂଲ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ସ୍ଥାନୀୟ ଜଳସେଚନ ବିଭାଜନ କାର୍ଯ୍ୟାଳୟ ପରିସରରେ ରବିବାର ଆୟୋଜିତ ସମାବେଶରେ ବରପାଲି ଜଳସେଚନ ବିଭାଗ ଅକ୍ଷଣ ଯନ୍ତ୍ରୀ ମଦନ ମୋହନ ସେଠୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ଯକ୍ରମ ପରିଚାଳନା ଓ ସ୍ବାଗତ ସହ ଶପଥପାଠ କରାଯାଇଥିଲା। ବ୍ଲକ ଅଧ୍ଯକ୍ଷା ରୀନା ଥଇତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ହୀରାକୁଦ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ବସନ୍ତ କୁମାର ସାହୁ, ହଟିକଲଚର୍ ବିଭାଗର ନିହାର କାନ୍ତ ଭୋଇ ଓ କୃଷି ବିଭାଗ ପକ୍ଷରୁ ଶୁକଦେବ ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଲେଣ୍ତା ପଞ୍ଚାୟତ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ସ୍ବାଇଁଙ୍କ ସଂଯୋଜନାରେ ସଭାକାର୍ଯ୍ଯ ସଂଚାଳିତ ହୋଇଥିଲା। ଅତିଥିମାନେ ପାଣି ପଞ୍ଚାୟତ ପକ୍ଷ ପାଳନର ଉପକାରିତା ଓ ଜଳସେଚନ ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଥିଲେ। ପରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସହକାରୀ ନିର୍ବାହୀ ଯନ୍ତ୍ରୀ ଘନଶ୍ୟାମ ସେଠ ଧନ୍ୟବାଦ ଅର୍ପଣ କରିଥିଲେ।



ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *