ବୋଲଗଡ଼ ; ତା-୧୦/୦୨ (ବିଏମସି ଟିଭି ଓଡ଼ିଆ )
ବୋଲଗଡ଼ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ସୋମବାର ଅପରାହ୍ନ ୪ ସମୟରେ ଗୋପବନ୍ଧୁ ଛକ ଠାରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି । ଘଟଣାକ୍ରମେ ନାରାୟଣୀ ନାମକ ଏକ ଘରୋଇ ପାସେଞ୍ଜର ବସ ଯାହାର ନଂ-ODO2BC4023 ଭୁବନେଶ୍ୱରରୁ ବାହାରି ବୁଗୁଡା ବାଲିପଦରକୁ ପାସେଞ୍ଜର ନେଇ ଗନ୍ତବ୍ୟ ସ୍ଥଳକୁ ଯାଉଥିଲା। ତେବେ ଗାଡିର ଆଗ ପତା ଅକସ୍ମାତ ଭାଙ୍ଗି ଯାଇ ଥିବାରେ ଗାଡିଟି ଭାରସାମ୍ୟ ହରାଇ ସଡକ ପାର୍ଶ୍ୱ ଡ୍ରେନ ଅତିକ୍ରମ କରି ଆଗକୁ ମାଡିଯାଇଥିଲା। ତେବେ ଗାଡ଼ିରେ ରହିଥିବା ପାସେଞ୍ଜର କେତେକ ମାତ୍ରାରେ ଆହତ ହୋଇଥିବା ବେଳେ ଗାଡି ଚାଳକଙ୍କ ବାମ ଗୋଡ଼ ଭାଙ୍ଗି ଯାଇଅଛି। ଘଟଣା ଘଟିବା କ୍ଷଣି ସ୍ଥାନୀୟ ଲୋକମାନେ ପାସେଞ୍ଜର ମାନକୁ ତଥା ଆହତ ମାନଙ୍କୁ ଗାଡି ଭିତରୁ ବାହାରକୁ ବାହାର କରି ଆଣିଥିଲେ। ପରେ ଅଗ୍ନିଶମ ଗାଡି ଓ ୧୦୮ ଆମ୍ବୁଲାନ୍ସ ଯୋଗେ ଆହତ ମାନଙ୍କ ଚିକିତ୍ସା ନିମନ୍ତେ ସ୍ଥାନୀୟ ବୋଲଗଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାଇ ଘଟଣାସ୍ଥଳରେ ୧୫ଜଣ ଆହତ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି ।
ଖୋର୍ଦ୍ଧାଜିଲ୍ଲା ବୋଲଗଡ ରୁ ଭିଡିଓ ଜର୍ଣ୍ଣାଲିଷ୍ଟ ସଞ୍ଜୟ ମହାପାତ୍ରଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା ।