ଦଶପଲ୍ଲା ରୁ ଇଣ୍ଡେନ ଗ୍ୟାସ ଉଭାନ ସମ୍ପର୍କ ରେ , ଲୋକେ ହନ୍ତସନ୍ତ






ଦଶପଲ୍ଲା :-୧୩/୦୬/୨୫(ବିଏସି ଟିଭି ଓଡ଼ିଆ)

ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଦେଶର ମା ମାନଙ୍କ ଦୁଃଖ ଲାଘବ କରିବାକୁ ଯାଇ ମା ମାନଙ୍କ ପାଇଁ ଉଜ୍ଜ୍ଵଳା ଯୋଜନା ଆରମ୍ଭ କରିଥିଲେ ଓ ସାରା ଦେଶର ମା ମାନଙ୍କୁ ଲାଘବ ଦରରେ ଉଜ୍ଜ୍ଵଳା ଯୋଜନାରେ ଗ୍ୟାସ, ଗ୍ୟାସଚୁଲା ଆଦି ଯୋଗାଇ ଦେବା ସହିତ ଗ୍ୟାସ ସବସିଡି ରେ ମଧ୍ୟ ଅଧିକ ଅର୍ଥ ଯୋଗାଇ ଦେଇଥିଲେ। ସାଧାରଣ ଲୋକଙ୍କ ଗ୍ୟାସ ଦର ଅନୁସାରେ କିଣି ଥିଲେ ମଧ୍ୟ ଅଧିକ ସବସିଡି ମା ମାନଙ୍କ ବ୍ୟାଙ୍କ ଖାତା କୁ ଦେଇଥିଲେ। ତେବେ ବର୍ତମାନ ଆଉ ନୂତନ ଉଜ୍ଜ୍ଵଳା ଯୋଜନା ର ଲାଭ ଆଉ ମିଳୁନି। ବରଂ ଦଶପଲ୍ଲା ରେ ଉଜ୍ଜ୍ଵଳା ଯୋଜନା ରେ ଗ୍ୟାସ ଯୋଗାଇ ଦେଉଥିବା ଇଣ୍ଡେନ ଗ୍ୟାସ କମ୍ପାନୀ ଦଶପଲ୍ଲା ରୁ ଉଭାନ ହୋଇଯାଇଛି। ମାଲିକ ଙ୍କୁ ଫୋନ କଲେ ସେ ଫୋନ ଉଠାଉନାହାନ୍ତି। କିଛି ମାସ ଠିକ ଭାବେ ଯୋଗାଣ କରି ସାରିଲା ପରେ ଏବେ କମ୍ପାନୀ ବନ୍ଦ। ସେପଟେ ଗ୍ୟାସ ସବସିଡି ପାଇବା ଦୂରର କଥା ଗ୍ୟାସ କିଣିବାକୁ ହେଲେ ଅଟୋ ଭଡା କରି ମା ମାନେ ଯାଉଥିବାର ଅଭିଯୋଗ ହେଉଛି ଏବଂ ଗ୍ୟାସ ଟାଙ୍କି ପ୍ରତି ୧୦୦ ଟଙ୍କାରୁ ୨୦୦ ଟଙ୍କା ଉଚ୍ଚା ରେଟରେ କିଣୁଛନ୍ତି। ଏଣୁ ଗ୍ୟାସ ବିତରଣ କରୁଥିବା କମ୍ପାନୀ ସଠିକ ଭାବେ ଗ୍ୟାସ ବିତରଣ କରୁଛନ୍ତି କି ନାହିଁ ଓ ମା ମାନଙ୍କ ଖାତା କୁ ସବସିଡି ଯାଉଛି କି ନାହିଁ ତାହାର ତଦାରଖ କରିବା ଓ ମା ମାନଙ୍କ ଦୁଃଖ ଲାଘବ ଦିଗରେ ନୟାଗଡ ଜିଲ୍ଲାପାଳ ଙ୍କ ଉଦେଶ୍ୟ ରେ ଦଶପଲ୍ଲା ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ପ୍ରାଣକୃଷ୍ଣ ବେହେରା ଓ ଉପଦେଷ୍ଟା ଅନ୍ତର୍ଯ୍ୟାମୀ ଭୁଇଆଁ ଲିଖିତ ଅଭିଯୋଗ ସହ ଦଶପଲ୍ଲା ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କୁ ପ୍ରଦାନ କରିଛନ୍ତି। ଦେଖାଯାଉ ନୂତନ ସରକାର ତଥା ଡବଲ ଇଂଜିନ ସରକାର ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଦଶପଲ୍ଲା ର ମା ମାନଙ୍କ ସମସ୍ୟା କେବେ ସମାଧାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।

Leave a Reply

Your email address will not be published. Required fields are marked *