ସମ୍ବଲପୁର ; ତା-୧୬/୧୨(ବିଏମସି ଟିଭି ଓଡିଆ)
ବର୍ତ୍ତମାନ ଭାରତର ପଡୋଶୀ ଦେଶ ବଙ୍ଗଳାଦେଶରେ ହିନ୍ଦୁ ସମାଜ ଉପରେ ହେଉଥିବା ଅତ୍ୟାଚାର ତଥା ହିନ୍ଦୁ ଦେବାଦେବୀ ମନ୍ଦିର ଭାଙ୍ଗିବା ଘଟଣା ସମଗ୍ର ବିଶ୍ବରେ ଥିବା ସନାତନ ହିନ୍ଦୁ ସମାଜକୁ ବ୍ୟଥିତ କରିଛି।ଏନେଇ ସୋମବାର ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷ ରୁ ବରପାଲିରେ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରା ନଗର ପରିକ୍ରମା କରି ଏକ ଦାବୀପତ୍ର ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି। ମାନବ ଅଧିକାର ଉପରେ ବିଶ୍ଵରେ କାମ କରୁଥିବା ସଂଯୁକ୍ତ ରାଷ୍ଟ୍ର ମାନବ ଅଧିକାର ଆୟୋଗ ଏଥିରେ ହସ୍ତକ୍ଷେପ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରାଯାଇଛି ।ଆଜିର ଏହି ଶୋଭାଯାତ୍ରାରେ ଶତାଧିକ ସଭ୍ୟ ଉପସ୍ଥିତ ଥିଲେ ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।