ସମ୍ବଲପୁର ; ତା-୦୯/୧୨(ବିଏମସି ଟିଭି ଓଡିଆ)
ଗୋପପୁରରେ ଶ୍ରୀକୃଷ୍ଣ ଜନ୍ମ ବୃତ୍ତାନ୍ତ ଶୁଣି ବିଜୁଳି କନ୍ୟାର ଶୂନ୍ୟ ବାଣୀ କଂସ ମହାରାଜଙ୍କୁ ମୃତ୍ୟୁ ଭୟ ପ୍ରକମ୍ପିତ କରିଥିଲା। ଏଥିରୁ ବର୍ତ୍ତିବା ପାଇଁ ମନ୍ତ୍ରଣା ପୂର୍ବକ ପୁତନାକୁ ପଠାଇ ଥିଲେ ଶିଶୁ କୃଷ୍ଣଙ୍କୁ ନିଧନ ପାଇଁ । ମାତ୍ର ଶ୍ରୀକୃଷ୍ଣଙ୍କ ହସ୍ତରେ ପୁତନାର ପ୍ରାଣ ନାଶ ହୋଇଥିଲା ।ଆଜିର ରାଜ ଅତିଥି ଭାବରେ ପଞ୍ଚାୟତ ରାଜ ଓ ଜଳସେଚନ, ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗ ଦେଇଥିଲେ । ଅଂଚଳର ସାମଗ୍ରିକ ଉନ୍ନତି ନିମନ୍ତେ ପ୍ରତିଶୃତି ଦେଇଥିଲେ ।କଂସ ମହାରାଜ ତାଙ୍କୁ ମଥୁରା ନଗରୀ ରାଜକୋଷ ପାଇଁ କୋଡିଏ ଲକ୍ଷ ମୁଦ୍ରା ଜରିମାନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁବୋଧ ବେହେରା, ପଡ଼ିଆବାହାଲ ଦୁର୍ଗାପୂଜା କମିଟୀ ସଭାପତି ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ବାହାମ ସରପଞ୍ଚ ସରସ୍ବତୀ ଭୁସାଗର, ଆସବ ଅଲ୍ଲୀ ଖାଁ , ଦେବାନନ୍ଦ ଭୁସାଗର ଓ ବିଭୁତି କଲ୍ୟାଣ ପଟେଲ ପ୍ରମୁଖ ରାଜଅତିଥି ଭାବରେ ଯୋଗ ଦେଇଥିଲେ । ଡା ରାଜାରାମ ଷଡ଼ଙ୍ଗୀ ସଭା ପରିଚାଳନା କରିଥିଲାବେଳେ ଧନୁଯାତ୍ରା କମିଟି କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।ସଦର ପୋଲିସ ଓ ମାଆ ମାଉଲି ଯୁବକ ସଂଘ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।