ବରଗଡ଼ ;ତା-୨୦/୦୩(ବିଏମସି ଟିଭି ଓଡ଼ିଆ)
ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଆଞ୍ଚଳିକ ସାହିତ୍ୟ ପରିଷଦ୍ ‘ ଅତାବିରା ତରଫରୁ ରେଙ୍ଗାଲି କେମ୍ପ ସୁବାଷ ଟେଣ୍ଡ ହାଉସ୍ ଠାରେ ଆଜି ଦିନ ୧୦ ଟାରେ ବିଶ୍ଵ ପଖାଳ ଦିବସ ପାଳିତ ହୋଇଯାଇଛି।ସର୍ବ ପ୍ରଥମେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀ ଦେବୀ ଏବଂ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଫଟୋଚିତ୍ର ରେ ଧୂପ ଦୀପ ପୁଷ୍ପମାଲ୍ୟ ଅର୍ପଣ ସହ କାର୍ଯକ୍ରମ ଟି ଆରମ୍ଭ କରାଯାଇଥିଲା। ଆଞ୍ଚଳିକ ସାହିତ୍ୟ ପରିଷଦ୍ ର ସଭାପତି ଦଶରଥ ଭୋଇଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଉପ ଜିଲ୍ଲାପାଳ ବରଗଡ ପ୍ରସନ୍ନ କୁମାର ପାଣ୍ଡେ, ଅତିରିକ୍ତ ତହସିଲଦାର ଅତାବିରା ଅଙ୍କିତ ପଣ୍ଡା, ସମ୍ମାନିତ ଅତିଥି ଭାବେ କୁଲତା ସମାଜ ସଭାପତି ଦିବାକର ପ୍ରଧାନ , ଲରମ୍ଭା ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ଡକ୍ଟର ଅଜିତ୍ କୁମାର ନାଥ, ଓଡିଶା ରାଜ୍ୟ କୃଷକ ସଂଗଠନ ସଭାପତି ବିରେନ୍ଦ୍ର କର, ଅବସରପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ କୈଳାସ ମହାରଣା, ବରିଷ୍ଠ ଶିକ୍ଷକ ତଥା ଆକାଶବାଣୀ କଳାକାର ସରୋଜ କୁମାର ରଥ, ପ୍ରମୁଖ ଯୋଗ ଦେଇ ପଖାଳର ଉପାଦେୟତା ବିଷୟରେ ଆଲୋଚନା କରିଥିଲେ। ପଶ୍ଚିମ ଓଡ଼ିଶାର ଲୋକଙ୍କ ନିତ୍ୟ ଗ୍ରହଣୀୟ ପଖାଳ ର ସୁଆଦ ଖୁବ୍ ନିଆରା।

ଏହି ଖାଦ୍ୟ ଏଠାକାର ଜନଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଅତିଥି ପରିଚୟ ପ୍ରଦାନ କରିଥିଲେ ସଙ୍ଗଠନ ର ବରିଷ୍ଠ ସଦସ୍ୟ କେତନ ରଣା ଏବଂ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ ଆକାଶବାଣୀ ଗୀତିକାର ସରୋଜ କୁମାର ରଥ । ପ୍ରଚାର ପ୍ରସାର ପାଇଁ ସଂଗଠନର ସମ୍ପାଦକ ସାମ୍ବାଦିକ ସୁରେନ୍ଦ୍ର କଠାର ଏବଂ ଏହି ଦିବସକୁ ସଫଲ କରାଇବା ପଛରେ ଅତାବିରା ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ସଂଗଠନ ର ବରିଷ୍ଠ ସଦସ୍ୟ ସୁବାଷ ପ୍ରଧାନ ଙ୍କ ଅବଦାନ ଅତୁଳନୀୟ। ଏଥିରେ ଆଖପାଖ ଅଞ୍ଚଳରୁ ବହୁ କବି, କଲାକାର, ସାହିତ୍ୟ ପ୍ରେମୀ ସାମ୍ବାଦିକ ବନ୍ଧୁ ମାନେ ଯୋଗଦେଇ ପଖାଳ ଖାଇ ଥିଲେ । ଶେଷରେ କବି ତଥା ସାମ୍ବାଦିକ ଦୁର୍ଲ୍ଲଭ ଗଡତିଆ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।ଏହି ଅବସରରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କର୍ମିଟିକ୍ରା ଗ୍ରାମର ଯୁବ ସାହିତ୍ୟ ସାଧକ କବି ତଥା ନାଟ୍ୟକାର କିଶୋର ଚନ୍ଦ୍ର ପାତ୍ରଙ୍କ ନାଟକ ପୁସ୍ତକ ‘ଲରାସରା ପେତେନ୍ ଘରା’ ଉନ୍ମୋଚିତ ହୋଇଥିଲା। ଏହି ନାଟକଟି ଲରାସରା ଅଞ୍ଚଳର ପ୍ରାଚୀନ ଲୋକ କିମ୍ବଦନ୍ତୀ ଉପରେ ଆଧାରିତ ଏକ ନାଟକ।

ଯାହାକି ଅଢେଇ ଶହ ବର୍ଷ ତଲର ଏକ ରୋମାଞ୍ଚକର ସତ୍ୟ ଘଟଣା ଉପରେ ଆଧାରିତ କାହାଣୀ ଅଟେ। ଦୀର୍ଘ ବାର ବର୍ଷ କାଳ ଏହି କିମ୍ବଦନ୍ତୀ ଉପରେ ଗବେଷଣା କରି କବି କିଶୋର ଚନ୍ଦ୍ର ପାତ୍ରଙ୍କୁ ଏହି କାହାଣୀ ଟିକୁ ସମ୍ପୂର୍ଣ୍ଣ କରିବାକୁ ଏକ ବର୍ଷ ସମୟ ଲାଗିଛି। ଗର୍ଭଧାରିଣୀ ନାରୀ ହତ୍ୟା ବା ଭ୍ରୁଣ ହତ୍ୟା ର ପାପ ର ପରିଣାମ କେତେ ଭୟଙ୍କର ହୋଇପାରେ ତାହା ଏହି ନାଟକ ମାଧ୍ୟମରେ ସାରା ବିଶ୍ୱର ମାନବ ସମାଜକୁ କବି ସଚେତନ କରି ଜଣାଇଦେଇଛନ୍ତି। ଏହି କାହାଣୀର ଛିଟା ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ସୋନପୁର ଠୁ ଆରମ୍ଭ କରି ପୂର୍ବ ଓଡ଼ିଶା ପର୍ଯ୍ୟନ୍ତ ପ୍ରଭାବ ବିସ୍ତାର କରିଥିବା ଜଣାଯାଏ। ଏହି ନାଟକଟି ରଙ୍ଗମଞ୍ଚରେ ମୁକ୍ତିଲାଭ କଲେ ଜିବନଟା ସାର୍ଥକ ହୋଇଯାଆନ୍ତା ବୋଲି କହନ୍ତି ‘ଲରାସରା ପେତେନ୍ ଘରା’ର ନାଟ୍ୟକାର କିଶୋର ଚନ୍ଦ୍ର ପାତ୍ର।

ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ
ବିଏମସି ନିୟୁଜ ଓଡ଼ିଶା।