ନେତାଜୀ ଜୟନ୍ତୀ ଉପଲକ୍ଷେ କବିତା ପାଠୋତ୍ସବ ଓ ସମ୍ବର୍ଦ୍ଦନା ପର୍ବ ।

ଜଗତସିଂହପୁର ; ତା-୨୫/୦୧(ବିଏମସି ଟିଭି ଓଡ଼ିଆ)

ଦେଶ ମାତୃକାକୁ ପରାଧୀନ ଶୃଙ୍ଖଳରୁ ମୁକ୍ତ କରିବାକୁ ଭାରତୀୟ ସ୍ୱତନ୍ତ୍ରତା ସେନାନୀ ମାନଙ୍କର ବଳିଦାନ ଅଭୁଲାସ୍ମୃତି ବହନ କରିଥିବା ବେଳେ ସ୍ୱାଧୀନତା ପରର ଦୃଶ୍ୟ ସମ୍ପୂର୍ଣ୍ଣ ବଦଳି ଯାଉଥିବାର ପରିଲକ୍ଷିତ ହେଉଛି ବୋଲି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କର ୧୨୮ତମ ଜୟନ୍ତୀ ପାଳନ ଅବସରରେ ଆମନ୍ତ୍ରିତ ଅତିଥିମାନେ ମନ୍ତବ୍ୟ ରଖିଥିଲେ ।ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ଏସ. ପଞ୍ଚାୟତ ର ଜନାର୍ଦ୍ଦନପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସନ୍ତୋଷୀ ଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ।ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଅଧିବେଶନ କୁ ଦୁଇଟି ପର୍ଯ୍ୟୟରେ କରାଯାଇଥିବା ବେଳେ, ପ୍ରଥମ ଅଧିବେଶନ ରେ ସାହିତ୍ୟ ସଭାର କବି ଓ କବିତା ପାଠୋତ୍ସବ କରା ଯାଇଥିଲା ।ଏହି ସାହିତ୍ୟ ଆସରରେ ମୁଖ୍ୟ ଅତିଥିଭାବେ ସଭା ମଣ୍ଡନ କରିଥିଲେ । ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କବି ସାହିତ୍ୟରତ୍ନ ଡଃ.ସୁରେନ୍ଦ୍ର ନାଥ ତ୍ରିପାଠୀ ।ମୁଖ୍ୟ ବକ୍ତା ଥିଲେ ଜଗତସିଂହପୁର ସାହିତ୍ୟ ପରିଷଦ ର ସଂଗଠନ ସମ୍ପାଦକ ଉମାକାନ୍ତ ନାୟକ ଏବଂ ବରଣ୍ୟ ଅତିଥିଭାବେ ଉପସ୍ଥିତ ଥିଲେ । ସର୍ବଶ୍ରୀ କୁଜଙ୍ଗ ବ୍ଲକ ଓଷ୍ଟା ସମ୍ପାଦକ ବିନୋଦ କୁମାର ମୁଦୁଲି, ପ୍ରାଧ୍ୟାପିକା ରାଜଶ୍ରୀ ସ୍ୱାଇଁ, ଶାଶ୍ୱତ ସେତୁ ର ସମ୍ପାଦିକା ଡଃ.ଆରତୀ ତ୍ରିପାଠୀ,ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନାରାୟଣ ଚନ୍ଦ୍ର ନାୟକ ।ମଞ୍ଚ ର ଉଦଘାଟକ ଭାବେ ଜ୍ୟୋତିର୍ବିଦ ଡଃ ଅରୁଣ କୁମାର ପାଣି ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ, ସଭାପତିତ୍ୱ କରିଥିଲେ ନାରାୟଣ ଚନ୍ଦ୍ର ନାୟକ ଏବଂ ମଞ୍ଚକୁ ସଂଚାଳନ କରିଥିଲେ ବିନୋଦ କୁମାର ମୁଦୁଲି। ସାଈ ଋତୁପର୍ଣ୍ଣା ଙ୍କ ସୁଲଳିତ କଣ୍ଠରେ ସ୍ୱାଗତ ସଂଗୀତ ଗାନ କରାଯାଇଥିବା ବେଳେ ମଞ୍ଚ ସ୍ଥଳରେ ଉପସ୍ଥିତ କବି ଓ କବୟିତ୍ରୀ ମାନଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ।ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥିଭାବେ ଥିଲେ ତିର୍ତ୍ତୋଲ ବିଧାୟକ ଡଃ. ରମାକାନ୍ତ ଭୋଇ ।ସମ୍ମାନିତ ଅତିଥିଭାବେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ଥିବାବେଳେ ଗୋପାଳପୁର ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ, ଜଣାଶୁଣା ନେତୃମଣ୍ଡଳୀ, ଦାଇଁଲୋ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ଜିଲ୍ଲାପରିଷଦ କ୍ଷୀରୋଦ କୁମାର ବାରିକ ସମେତ ବହୁ ପ୍ରତିନିଧି ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା ।ଏହି ଅଧିବେଶନରେ ମୁଖ୍ୟ ବକ୍ତା ଥିଲେ ବରିଷ୍ଠ କଥାବାଚକ ପ୍ରଭାତ କୁମାର ମହାନ୍ତି ଉପସ୍ଥିତ ଅତିଥି ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅନୁଷ୍ଠାନ ତରଫରୁ ଉପଢୌକନ ମାନପତ୍ର ଦେଇ ସମ୍ମାନିତ କରାଯାଇ ଥିଲା ।

ଜଗତସିଂହପୁର ତିର୍ତ୍ତୋଲରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *