ସ୍କୁଲ୍ ପିଲାଙ୍କୁ ନେଇଯାଉଥିବା ଟାଟା ମ୍ୟାଜିକ୍ ଗାଡ଼ିରେ ବିଷାକ୍ତ ସାପ।

ବେଲଗୁଣ୍ଠା ; ତା-୦୯/୧୨(ବିଏମସି ଟିଭି ଓଡ଼ିଆ)

ସ୍କୁଲ୍ ପିଲାଙ୍କୁ ଧରି ବିଦ୍ୟାଳୟରୁ ଫେରୁଥିବା ବେଳେ ଏକ ଟାଟା ମ୍ୟାଜିକ୍ ଗାଡ଼ିରୁ ସାପ ବାହାରିବା ଘଟଣା ଛାତ୍ରଛାତ୍ରୀଙ୍କ ମନରେ ଭୟ ଖେଳାଇ ଦେଇଥିବା ବେଳେ ଛାତ୍ରଛାତ୍ରୀ ବାଧ୍ୟ ହୋଇ ନିଜ ଅଭିଭାବକ ସହ ଘରକୁ ଫେରିଛନ୍ତି । ସୂଚନା ପ୍ରକାରେ ଭଞ୍ଜନଗର ସ୍ଥିତ ଜାଭିୟର୍ ଇଁରାଜୀ ମିଡିଅମ୍ ସ୍କୁଲ୍ କୁ ପାଇଲିପଡ଼ା,କ୍ଷତ୍ରିୟବରପୁର,ଗୋବରା ଅଞ୍ଚଳରୁ ୧୨ ଜଣ ଛାତ୍ରଛାତ୍ରୀ OD07J9225 ନମ୍ବର୍ ବିଶିଷ୍ଟ ଏକ ଟାଟା ମ୍ୟାଜିକ୍ ଗାଡ଼ିରେ ଯିବାଆସିବା କରନ୍ତି । ଆଜି ସେହି ଗାଡ଼ିଟି ସାତ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଭଞ୍ଜନଗରରୁ ଫେରୁଥିବା ବେଳେ କଣ୍ଟେଇପଲ୍ଲୀ ନିକଟସ୍ଥ ଲୁଦୁଲୁଦି ଗ୍ରାମ ଛକ ନିକଟରେ ଗାଡ଼ିର ଛାତ ତଳେ ଏକ ବିଷାକ୍ତ ସାପ ଥିବା ଦେଖି ଜଣେ ଛାତ୍ର ଚିତ୍କାର କରିଥିଲା । ଛାତ୍ରଟିର ଚିତ୍କାର ଶୁଣି ଗାଡ଼ି ଚାଳକ ଜଣଙ୍କ ଗାଡିକୁ ରଖି ଛାତ୍ରଛାତ୍ରୀଙ୍କୁ ତଳକୁ ଓହ୍ଲାଇ ଗାଡ଼ିର ଯାଞ୍ଚ୍ କରିଥିଲା । ସ୍ଥାନୀୟ କିଛି ଯୁବକ ସାପ ଖୋଜିବାରେ ଚାଳକଙ୍କୁ ସାହାଯ୍ୟ କରିଥିଲେ । ବହୁ ସମୟ ଧରି ସାପ ନବାହାରିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏବଂ ସମ୍ପର୍କୀୟ ମାନେ ଛାତ୍ରଛାତ୍ରୀଙ୍କୁ ନିଜ ଦାୟିତ୍ୱରେ ନେଇଥିଲେ । ପ୍ରକାଶ ଥାଉକି ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟକୁ ଏକ ସ୍ଵତନ୍ତ୍ର ସୁରକ୍ଷିତ ଗାଡ଼ିରେ ନେବା ପାଇଁ ମାର୍ଗଦର୍ଶିକା ରହିଛି ।କିନ୍ତୁ ବିଭିନ୍ନ ଘରୋଇ ବିଦ୍ୟାଳୟ ପକ୍ଷରୁ ସରକାରଙ୍କ ମାର୍ଗଦର୍ଶିକାକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇ ବେଖାତିର ଭାବେ ଅଟୋ ଏବଂ ଟାଟା ମ୍ୟାଜିକ୍ ଗାଡ଼ିରେ ନିଆଯାଉଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବାର ନଜର ରହିଛି । ତେଣୁ ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଛାତ୍ରଛାତ୍ରୀଙ୍କ ଜୀବନର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଅଭିବାବକ ମାନେ ଦାବୀ କରିଛନ୍ତି ।

ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *