ରଥଯାତ୍ରା ରେ ଅମାତ୍ରିତ ସରକାରଙ୍କର ସ୍ୱୀକୃତିପ୍ରାପ୍ତ ବରିଷ୍ଟ ସାମ୍ବାଦିକ ଙ୍କୁ ପୋଲିସ ଙ୍କର ମାଡ ଏବଂ ଦୁର୍ବ୍ୟବହାର।

     ରଥଯାତ୍ରାରେ ଅଘଟଣ
ସାମ୍ବାଦିକଙ୍କୁ ସରକାର ଡାକି ଦୁର୍ବ୍ୟବହାର
□ ପୁଲିସ ଆକ୍ରମଣରେ ସାମ୍ବାଦିକ ଗୁରୁତର ଆହତ
□ କର୍ଡନ ପାସ ଥାଇ ଛାଡିଲାନି ପୁଲିସ
□ ଲୋକସମ୍ପର୍କ ବିଭାଗ ଡିଆଇପିଆରଓ ବି ଆହତ
□ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାମ୍ବାଦିକ
ଭୁବନେଶ୍ଵର / ପୁରୀ ; ତା-୨୭/୦୬ ( ବିଏମସି ଟିଭି ଓଡ଼ିଆ)

ରଥଯାତ୍ରାରେ ଅଘଟଣ । ରାଜ୍ୟ ସରକାର ସ୍ୱୀକୃତିପ୍ରାପ୍ତ ଓ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରଥଯାତ୍ରା ଖବର ସଂଗ୍ରହ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିଥିବା ବେଳେ ପୁଲିସ ଆକ୍ରମଣରେ ୭ରୁ ଉର୍ଦ୍ଧ୍ବ ଗୁରୁତର ଆହାତ ହୋଇଛନ୍ତି । ଜଣେ ମହିଳା ସାମ୍ବାଦିକ ହାତରେ ୨୦ଟି ଷ୍ଟିଜ ପଡିଛି । ଏହି ଘଟଣା ପ୍ରଥମ ଥର ଘଟିଥିବା ବେଳେ ଏହାକୁ ବିରୋଧୀ ନିନ୍ଦା କରିଛନ୍ତି।

ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ସୂଚନା ଓ ଲୋକସମ୍ପର୍କ ବିଭାଗ ସାମ୍ବାଦିକମାନଙ୍କ ପାଇଁ ଶ୍ରୀଗୁଣ୍ଡିଚା ଯାତ୍ରା ଦେଖିବାକୁ ସ୍ଵତନ୍ତ୍ର ବ୍ୟବସ୍ଥା କରିଥିଲେ । ସକାଳ ୮ଟା ରୁ ଭୁବନେଶ୍ବର ଜୟଦେବ ଭବନ ନିକଟରୁ ଓଟିଡିସି ବସରେ ୫୨ଜଣ ସାମ୍ବାଦିକ ବାହାରିଥିଲେ ।  ପୁରୀରେ ପୂର୍ବାହ୍ନ ୧୦ ଟାରେ ପହଞ୍ଚିଥିଲେ । ସେମାନଙ୍କ ପାଇଁ କର୍ଡନ ପାସ ବ୍ୟବସ୍ଥା କରାଯାଇଥିଲା । ସମସ୍ତ ସାମ୍ବାଦିକମାନେ ମୋଚି ସାହି ଦେଇ ଶ୍ରୀ ମନ୍ଦିର ସିଂହ ଦ୍ଵାର ସମ୍ମୁଖରେ ପହଁଞ୍ଚିଲେ।   ହେଲେ ସେମାନଙ୍କୁ ପୁଲିସ ବ୍ୟାରିକେଡରେ ଛାଡି ନଥିଲା । ସାମ୍ବାଦିକମାନେ ପୁଲିସକୁ କର୍ଡନ ପାସ ସହିତ ନିଜର ସାମ୍ବାଦିକ ପରିଚୟ ପତ୍ର ବି ଦେଖାଇଥିଲେ । କିନ୍ତୁ ପୁଲିସ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ସାମ୍ବାଦିକଙ୍କୁ ଠେଲାପେଲାରେ ୭ ଜଣ ଗୁରୁତର ଆହତ ହୋଇଥିଲେ । ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି ତଳେ ପଡି ଯିବା ଯୋଗୁଁ ଲୋକମାନେ ଦଳାଚକଟା କରିଦେଥିଲେ । ସେହିପରି ଆଉ ଜଣେ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର ଆହତ ହୋଇଥିବା ବେଳେ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସନତ ମିଶ୍ର ଓ ହର ପ୍ରସାଦ ଦାସଙ୍କ ଛାତିରେ ଆଘାତ ଲାଗିଥିଲା । ତଥାପି ପୋଲିସର ଆକ୍ରମଣ ଥମି ନଥିଲା। ମହିଳା ସାମ୍ବାଦିକା ବିଜୟିତା ତ୍ରିପାଠୀଙ୍କୁ ପୋଲିସ ଏତେ ଜୋରରେ ଠେଲି ଦେଇଥିଲା ଯେ ତାଙ୍କ ହାତରେ ବଡ କ୍ଷତ ସୃଷ୍ଟି ହୋଇଛି ।  ସଙ୍ଗେ ସଙ୍ଗେ ତାଙ୍କୁ କ୍ୟାମ୍ପ ହସ୍ପିଟାଲ ଭର୍ତ୍ତୀ କରାଯାଇଥିଲା ।   ସେଠାରେ ତାଙ୍କ ହାତରେ ୨୦ ଷ୍ଟିଜ ପଡିଥିଲା ।  ଗିରିଧାରୀ ଲାଲ ଷଡଙ୍ଗୀ ଗୋଡରେ ଆଘାତ ହୋଇଛି । ଗଜେନ୍ଦ୍ର ବେହେରା, ସାମ୍ବାଦିକ ମୁଖ୍ୟ ଶାସନ ସଚିବ ଙ୍କୁ ଘଟଣା ସମ୍ପର୍କ ରେ ସବୁ ସୂଚନା ଦେଇଥିଲେ ଏ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହସ୍ତକ୍ଷେପ କରିବା ସହିତ ସିସି କ୍ୟାମେରା ଯାଞ୍ଚ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *