ଗଜପତି ; ତା-୦୫/୦୩(ବିଏମସି ଟିଭି ଓଡ଼ିଆ)
ଗଜପତି ଜିଲ୍ଲା ଅଡବା ଥାନା ତୁଆବାଡି ଗ୍ରାମର ତିରିସା ମୁଠାମାଝୀ ହତ୍ୟା ଘଟଣାର ଖୁଲାସା କରିଛି ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ୪ ଅଭିଯୁକ୍ତକୁ ଗିରଫ କରାଯାଇଛି । ସେମାନେ ହେଲେ ଜାଡଙ୍ଗି ଗ୍ରାମର ସୁରେଶ ମାଝୀ, କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁର ସମସୋନ ମଳିକ, ପାଜିଗୁଡା ଗ୍ରାମର ମନୋଜ ମାଝୀ,ତୁଆବାଡି ଗ୍ରାମର ବିଶ୍ବରଞ୍ଜନ ଉଥାନସିଂ। ହତ୍ୟାକାଣ୍ଡରେ ବ୍ୟବହୃତ ପଥର, ଠେଙ୍ଗା ଏବଂ ଅଭିଯୁକ୍ତଙ୍କ ୫ଟି ମୋବାଇଲ୍ ଫୋନ ଓ ଗୋଟିଏ ବାଇକ ଜବତ କରିଛି ପୋଲିସ ।୨୦୨୧ରେ ଏକେ- ୪୭ ବନ୍ଧକ ସହ ଆକ୍ରମଣ ମାମଲାରେ ଗିରଫ ହୋଇ ଜେଲରେ ଥିବା ମାଓବାଦୀ ପ୍ରମୋଦ ମାଝୀ ଓରଫ ସାଗରଙ୍କ ବିରୋଧରେ ୬ ତାରିଖରେ କୋର୍ଟରେ ତିରିସା ମୁଠାମାଝୀ ସାକ୍ଷ୍ୟ ଦେବାର ଥିଲା ।

ତେଣୁ ତାରିଖ ପୂର୍ବରୁ ତାଙ୍କୁ ହତ୍ୟା କରି ରାସ୍ତାରୁ ହଟାଇ ଦିଆଯାଇଥିବା ପୋଲିସ ତଦନ୍ତରୁ ଜଣାପଡିଛି ବୋଲି ଗଜପତି ଏସ୍ପି ଯତ୍ରିନ୍ଦ କୁମାର ପଣ୍ଡା ଖବରଦାତା ସମ୍ମିଳନୀ ସୁଚନା ଦେଇଥିଲେ । ଗତ ୨ ତାରିଖ ରାତିରେ ତିରିସାଙ୍କ କିଛି ଲୋକ ଏକ ବୈଠକ ପାଇଁ ଡାକିଥିଲେ । ବୈଠକରୁ ଫେରାବା ରାସ୍ତାରେ ଅଭିଯୁକ୍ତମାନେ ପୂର୍ବ ଯୋଜନା ମୁତାବକ ଜଗି ରହିଥିଲେ । ବିଳମ୍ବିତ ରାତ୍ରରେ ତାଙ୍କୁ ଅତର୍କିତ ଭାବେ ଠେଙ୍ଗା ଓ ପଥରରେ ଆକ୍ରମଣ କରି ହତ୍ୟା କରିଥିଲେ । ପରେ ଅମାନୁଷିକ ଭାବେ ବାଇକ ପଛରେ ବାନ୍ଧି ୧ କିମି ପର୍ଯ୍ୟନ୍ତ ଘୋଷାଡି ଆଣି କାଟମା ନିକଟ ପାଣି ଟାଙ୍କି ପାଖରେ ଫୋପାଡି ଦେଇଥିଲେ । ୩ ତାରିଖରେ ପରିବାର ସମ୍ପର୍କିୟ ମୃତ୍ୟୁଦେହ ଚିହ୍ନଟ କରି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତରଫରୁ ଦୁଇଟି ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ମିଳିଥିବା ତଥ୍ୟ ପ୍ରମାଣକୁ ଆଧାର କରି ୪ ଜଣଙ୍କୁ ଗିରଫ କରିବା ସହ ବେବହାର କରିଥିବା ସାମଗ୍ରୀ ଜବତ କରିଛି ଅଡବା ପୋଲିସ ।

ଗଜପତି ରୁ ମନୋଜ କୁମାର ପାଢୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।