ନୟାଗଡ଼ :ତା-୨୬/୦୫(ବିଏମସି ଟିଭି ଓଡ଼ିଆ )
ଦିନ ଥିଲା ଓଡିଶା ରେ ବିଜେଡ଼ି ସରକାର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦୀର୍ଘ ୨୪ ବର୍ଷ ର ଶାସନ ଚାଲିଥିବା ବେଳେ ଓଡିଶା ରେ ପୁନର୍ବାର ଆସିବା ମଧ୍ୟ ସୁନିଶ୍ଚିତ ଥିଲା ବୋଲି ବିଜେଡି ର ସମସ୍ତ ନେତା ଭାବି ନେଇଥିଲେ। ମାତ୍ର ଭାଗ୍ୟ ର ବିଡମ୍ବନା ତାହା ହୋଇପାରିଲା ନାହିଁ। ଅଳ୍ପ କେତେକ ସ୍ଥାନକୁ ଛାଡିଦେଲେ ଅନ୍ୟ ସବୁ ସ୍ଥାନରେ ବିଜେପି ଜିତାପଟ କରିଥିଲା। ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦିଜୀ ଙ୍କ ଲୋକାଭିମୁଖୀ ଯୋଜନା ଓ ଲୋକପ୍ରିୟତା ପାଇଁ ହେଉ ଅବା ବିଜେଡି ର ୨୦୨୪ ମିଶନ ର ଅବଗଣନା ଭୁଲ ହେଉ ବିଜେଡିର ହାର ହୋଇଛି। ଓଡିଶା ର ଜନସାଧାରଣ କିଛି ବଦଳାଇବା ଲକ୍ଷ୍ୟ ବା ବିଜେଡି ଉପରେ ଅତିଷ୍ଟ ହୋଇ ଭୋଟ ସବୁ ବିଜେପି କୁ ଦେଇଥିଲେ। ଯଦ୍ୱାରା ଆଜି ବିଜେପି ଓଡିଶା ରେ ଶାସନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନେତୃତ୍ୱ ରେ ଆରମ୍ଭ କରିଛି। ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କୁ ଲାଗୁ ହେବାଦ୍ବାରା ବିରୋଧୀ ବିଜେଡ଼ି ଏକ ପ୍ରକାର ଛାନିଆ ହୋଇଥିବା ଶୁଣାଯାଉଛି। ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ବିଭିନ୍ନ ଜନପ୍ରତିନିଧି ମାନେ ନିଜ ନିଜ ର ରାଜନୈତିକ କ୍ୟାରିଅର କୁ ବଞ୍ଚାଇବାକୁ ପ୍ରୟାସ ଆରମ୍ଭ କରିଥିବା ଦେଖାଯାଉଛି। ଏ କ୍ରମରେ ଦେଖିଲେ ଦଶପଲ୍ଲା ର ଅନେକ ବିଜେଡି ନେତା ବିଜେଡ଼ି ସ୍ଥିତି ଭଲ ନ ଥିବାରୁ ବିଜେପି ପଟକୁ ଢଳିବା ଆରମ୍ଭ କରିଥିବା ଜଣାପଡୁଛି। ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଧ୍ୟ ଏହି କ୍ରମରେ ଥିବା ଶୁଣାଯାଉଛି। ବିଭିନ୍ନ ସ୍ଥାନକୁ ନିଜେ ଯିବା ସହ ବିଜେପି ନେତା ଙ୍କ ସୁଖରେ ହେଉ ବା ଦୁଃଖରେ ହେଉ ତାଙ୍କ ସଂସ୍ପର୍ଶ ରେ ଆସୁଥିବା ଦେଖାଯାଉଛି। ତେବେ ଦେଖାଯାଉ ଆଗକୁ ଦଶପଲ୍ଲା ରାଜନୈତିକ ପାଣିପାଗ ରେ କିଭଳି ବର୍ଷା ହେଉଛି ତାହା ସମୟ କହିବ। ତେବେ ଦଶପଲ୍ଲା ବିଧାୟକ ଙ୍କ ଅବସ୍ଥା କଣ ହେବ ତାହା ସ୍ପଷ୍ଟ ଜଣା ପଡ଼ିନାହିଁ। ଶୁଣାଯାଉଛି ଯଦି ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଜେପିରେ ଯୋଗ ଦିଅନ୍ତି ତେବେ ବିଧାୟକ କଣ କରିବେ? ତାହା ସମୟ ଆସିଲେ ଜଣାପଡିବ। ଏପଟେ ଦଶପଲ୍ଲା ବିଜେପି ର ଅନ୍ତ କନ୍ଦଳ ମଧ୍ୟ ପଂଚାୟତ ଭୋଟ କୁ ପ୍ରଭାବିତ କରିବ ବୋଲି ଆଲୋଚନା ହେଉଛି। ଦେଖିବା ସମୟ ଆସିଲେ ସବୁ ଜଣାପଡିବ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।