ଲଙ୍କାପୋଡ଼ି ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ।

ନୟାଗଡ ; ତା-୨୮/୦୧(ବିଏମସି ଟିଭି ଓଡ଼ିଆ)

ବିଶ୍ୱ ପ୍ରସିଦ୍ଧ ଐତିହାସିକ ଲଙ୍କାପୋଡ଼ି ଯାତ୍ରା ୨୦୨୫ର ସଫଳ ଆୟୋଜନ ନିମନ୍ତେ ମଙ୍ଗଳ ବାର ଦିନ ମହାବୀର ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୧୯ଦିନ ଯାତ୍ରା ଉତ୍ସବ କରିବା ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଥିଲା। ବୈଠକ ରେ ଯାତ୍ରା କମିଟି ସଭାପତି ଭାବେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ,କାର୍ଯ୍ୟକାରୀ ସଭାପତି ବିଧାୟକ ରମେଶ ବେହେରା, ଉପ ସଭାପତି ତହସିଲ ଦାର ସ୍ମୃତି ରଞ୍ଜନ ଶତପଥୀ ଓ ପ୍ରଦୋଷ ଜେନା ,ସମ୍ପାଦକ ସୂର୍ଯ୍ୟମଣି ଦାଶ ,ସହ ସଂପାଦକ ଅଞ୍ଜନ ଦାସ ଓ ବିରଞ୍ଚି ନାରାୟଣ ମିଶ୍ର,କୋଷାଧ୍ୟକ୍ଷ ଭବାନୀ ପ୍ରସାଦ ମିଶ୍ରଙ୍କ ସହିତ ଲଙ୍କାପୋଡି ଯାତ୍ରା କମିଟି ର କର୍ମକର୍ତ୍ତା ଙ୍କ ଚୟନ କରାଯାଇଥିଲା। ଏହି ବୈଠକରେ ଦଶପଲ୍ଲା ବାସି ଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସୂଚନା ଅନୁସାରେ ୨୦୨୫ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରା ଏପ୍ରିଲ ମାସ ୦୬ତାରିଖ ଠାରୁ ଆରମ୍ଭ ହୋଇ ୨୩/୦୪ପର୍ଯ୍ୟନ୍ତ ଚାଲିବ। ମୁଖ୍ୟ ଉତ୍ସବ ଲଙ୍କାପୋଡ଼ି ଯାତ୍ରା (ରାବଣ ବଧ) ଏପ୍ରିଲ ୨୨ତାରିଖ (ମଙ୍ଗଳ ବାର) ଦିନ ଅନୁଷ୍ଠିତ ହେବ। ଏଥିସହିତ କୁଆଁରିଆ ମହୋତ୍ସବ ସହିତ ମାଗଣା ଅପେରା ଅନୁଷ୍ଠିତ ହେବ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *