ବିଶ୍ୱ ମହିଳା ଦିବସ ନେଇ ଗଞ୍ଜାମ ମହିଳା ଶକ୍ତି ର ପ୍ରସ୍ତୁତି ବୈଠକ।

ଗଞ୍ଜାମ ; ତା-୧୨/୦୨(ବିଏମସି ଟିଭି ଓଡ଼ିଆ)

ବିଶ୍ୱ ମହିଳା ଦିବସ ନେଇ ଗଞ୍ଜାମ ମହିଳା ଶକ୍ତି ର ପ୍ରସ୍ତୁତି ବୈଠକ।ପ୍ରତିଭାଧାରୀ ମହିଳା ଙ୍କୁ ଦିଆଯିବ ସମ୍ମାନ ବ୍ରହ୍ମପୁର ୧୨/୦୨ ମାର୍ଚ୍ଚ ୮ତାରିଖ ରେ ସଂସ୍କୃତି ଭବନ ରେ ଗଞ୍ଜାମ ମହିଳା ଶକ୍ତି ଅନୁଷ୍ଠାନ ତରଫରୁ ବିଶ୍ଵ ମହିଳା ଦିବସ ପାଳନ କରାଯିବ ।ଏଥି ନେଇ ଏକ ପ୍ରସ୍ତୁତି ବୈଠକ ଗାୟତ୍ରୀ ହଲ ପରିସରରେ ସଭାନେତ୍ରୀ ବନ୍ଦିତା ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ହୋଇଯାଇଛି । ମହିଳା ଦିବସରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବହୁ ପ୍ରତିଭାଧାରୀ ମହିଳା ମାନଙ୍କୁ ସମ୍ମାନ କରାଯିବା ଲାଗି ବୈଠକ ରେ ସ୍ଥିର ହୋଇଥିଲା।

ସେହି ପରୀ ବିଭିନ୍ନ ପ୍ରତି ଯୋଗୀତା ସହ ଲଟେରୀ ଉଠାଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା କୁ ନେଇ ଆଲୋଚନା ହୋଇଥିଲା । ସମ୍ପାଦିକା ପ୍ରଜ୍ଞା ପଣ୍ଡା ଏଠାରେ କାର୍ଯ୍ୟକ୍ରମ ନେଇ ସୂଚନା ଦେଇଥିଲେ । ଏହି ବୈଠକ ରେ ପ୍ରଣିତାହୋତା, ସଂତୋଷିନି ବେହେରା, ଶାବନା ଦାସ, ପୁଷ୍ପଲତା ପାଣିଗ୍ରାହୀ, ସୁଶୀଳା ମଲ୍ଲିକ, ଲକ୍ଷ୍ମୀ ବେହେରା, ଶ୍ରଦ୍ଧାଞ୍ଜଳି ପାଢ଼ୀ, ଅମିତା କୁମାରୀ ଦାସ, ଡ ସଂଧ୍ୟାରାଣି ପଟ୍ଟନାୟକ, ନିରୁପମା ଦାସ, ନିବେଦିତା ପାଢ଼ୀ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟା ଯୋଗ ଦେଇ କିପରି ମହିଳା ଦିବସ ମହାସମାରୋହରେ ପାଳନ କରାଯିବ ସେଥି ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ଅବସରରେ ସୁଦୀପ କୁମାର୍ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସଫଳତା ନେଇ ନିଜର ମତ ଉପସ୍ଥାପନ କରିଥିଲେ ।

ଗଞ୍ଜାମ ରୁ ନିମାଇଁ ଚରଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *