ସମ୍ବଲପୁର ଲୋକ ମହୋତ୍ସବ-୨୦୨୫ ପାଇଁ ପ୍ରସ୍ତୁତି ଆରମ୍ଭ , ଲୋକ ମହୋତ୍ସବକୁ ସ୍ମରଣୀୟ କରିବାକୁ ଜିଲାପାଳଙ୍କ ଆହ୍ବାନ।


ସମ୍ବଲପୁର ; ତା.୦୮/୧୨(ବିଏମସି ଟିଭି ଓଡିଆ)

ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଆଶିର୍ବାଦ ଗ୍ରହଣ କରିବା ପରେ ଶନିବାର ସମ୍ବଲପୁର ଲୋକ ମହୋତ୍ସବ- ୨୦୨୫ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଲୋକ ମହୋତ୍ସବ ଆୟୋଜନ କମିଟୀର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସଭାପତିତ୍ୱରେ ଅନୁଷ୍ଠିିତ ଏହି ପ୍ରସ୍ତୁତି ବୈଠକରେ ଆୟୋଜନ କମିଟୀର ସଂଯୋଜକ ପ୍ରଫୁଲ୍ଲ ହୋତା, ସହ-ସଂଯୋଜକ ଗୁରୁ ରଞ୍ଜନ ସାହୁଙ୍କ ସମେତ ସମସ୍ତ କମିଟୀର ଆବାହକ ଏବଂ ସହ ଆବାହକଙ୍କ ସହ କମିଟୀ ଗୁଡିକର ନୋଡାଲ ଅଧିକାରୀ ମାନେ ସାମିଲ ହୋଇଥିଲେ ।  ସମ୍ବଲପୁର  ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସବୁବର୍ଷ ଭଳି ଏ ବର୍ଷ ମଧ୍ୟ ବହୁତ ଉତ୍ସାହ ଏବଂ ଆଡମ୍ବର ସହକାରେ ଲୋକ ମହୋତ୍ସବ ଆୟୋଜନ କରାଯିବ ବୋଲି କହିଥିଲେ। ଜିଲ୍ଲା ପ୍ରଶାସନ, ଜନ ପ୍ରତିନିଧି, ଗଣ ମାଧ୍ୟମର ମିଳିତ ସହଯୋଗରେ ଚଳିତ ବର୍ଷର ଲୋକ ମହୋତ୍ସବକୁ ସ୍ମରଣୀୟ ସକାଶେ ପ୍ରୟାସ କରିବାକୁ ସମସ୍ତ କମିଟୀର ଆବାହକ ଏବଂ ସଂଯୋଜକମାଙ୍କୁ ପରାମର୍ଶ ଦେଇଥିଲେ । ସମ୍ବଲପୁର ଲୋକ ମହୋତ୍ସବ ଜରିଆରେ ସମ୍ବଲପୁରୀ କଳା ସଂସ୍କୃତିକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ। ଚଳିତ ବର୍ଷର ଲୋକ ମହୋତ୍ସବ ପାଞ୍ଚ ଦିନ ଧରି ଆୟୋଜନ କରାହେବ। ଏହା ମଧ୍ୟରେ ପ୍ରଥମ ତିନି ଦିନ ପରମ୍ପରାଗତ ଭାବେ ଲୋକ କଳା ଓ ଲୋକ ସଂସ୍କୃତିକୁ ହିଁ ପ୍ରାଧାନ୍ୟ ଦିଆଯିବ । ସେହିପରି ଶେଷ ଦୁଇଦିନ ତାରକାମାନଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ଜିଲ୍ଲାପାଳ କମିଟୀ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଏହା ସହିତ ପୁର୍ବ ବର୍ଷମାନଙ୍କ ଆୟୋଜନକୁ ଆଧାର କରି ଆଗାମୀ ଲୋକ ମହୋତ୍ସବ ପାଇଁ କ’ଣ ସବୁ ପଦକ୍ଷେପ ନିଆଯିବ ସେନେଇ କର୍ମକର୍ତ୍ତା ମାନଙ୍କ ଠାରୁ ପରାମର୍ଶ ଗ୍ରହଣ କରାଯାଇଥିଲା। ଲୋକ ମହୋତ୍ସବର ସଂଯୋଜକ ପ୍ରଫୁଲ୍ଲ ହୋତା ବାହାରୁ ଆସୁଥିବା କଲାକାରମାନଙ୍କ ପାଇଁ ରହିବା ଏବଂ ସେମାନଙ୍କର ରହଣି ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ସେହିପରି ସହ ସଂଯୋଜକ ଷ୍ଟେଜ ଏବଂ ଖାଦ୍ୟ ବ୍ୟବସ୍ଥାକୁ ସ୍ଥାନୀୟ ଲୋକଙ୍କୁ ଦାୟିତ୍ୱ ଦିଆଯିବାକୁ ପରାମର୍ଶ ଦେଇଥିଲେ। ଏହାସହ ଲୋକ ମହୋତ୍ସବର ଭବ୍ୟ ଆୟୋଜନ ପାଇଁ ପିଏଚଡି ପଡିଆରେ ରହିଥିବା ବଳକା ଜମିରେ ସ୍ଥାୟୀ ପ୍ରଦର୍ଶନୀ ପଡିଆ ନିର୍ମାଣ କରିବାକୁ ବୈଠକରେ ଦାବି କରାଯାଇଥିଲା।

ଏହାସହ  ଡକୁମେଣ୍ଟଟେସନ ଏବଂ ସ୍ମରଣୀକା ଆଦିକୁ ଭବିଷ୍ୟତ ପିଢୀ ପାଇଁ ସୁରକ୍ଷିତ  ରଖିବାକୁ ବୈଠକରେ ଆଳୋଚନା କରାଯାଇଥିଲା।  ଚଳିତ ବର୍ଷ ଲୋକ ମହୋତ୍ସବ ସହିତ ପଲିଶ୍ରୀ ମେଳା ମିଳିତ ଭାବରେ ଆୟୋଜନ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତି, ଉପ ଜିଲ୍ଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା ମଞ୍ଚାସୀନ ଥିଲେ । ବୈଠକରେ ସମସ୍ତ କମିଟୀର ଆବାହକ ଏବଂ ସହ ଆବାହକମାନେ ଉପସ୍ଥିତ ରହି ନିଜ ମତ ଉପସ୍ଥାପନ କରିଥିଲେ  । ବୈଠକରେ ଦଳ ଆବାହକ କୃଷ୍ଣ ଚନ୍ଦ୍ର ବାଗ ଓ ସହ-ଆବାହକ ଆଲୋକ ପଣ୍ଡା, ମଞ୍ଚ ସହ-ଆବାହକ  ଖୁସିରାମ ଛୁରିଆ, ଖାଦ୍ୟ ଆବାହକ ଅମିତ ପତି ଓ  ପ୍ରଚାର ଓ ଶୋଭାଯାତ୍ରା ଆବାହକ ଦଶରଥ ମେହେର , ପ୍ରଦର୍ଶନୀ ଆବାହକ  ଶ୍ରୀମନ୍ତ ସାହୁ ଓ ସହ-ଆବାହକ  ରୋଚିସ ଦେ,    ଡକୁ୍ମେଣ୍ଟେସନ ଆବାହକ ଆଶିଷ ପ୍ରଧାନ ଓ ସହ-ଆବାହକ ଡମ୍ବରୁଧର ପ୍ରଧାନ, ସମ୍ବର୍ଦ୍ଧନା ଆବାହକ  ଲଳିତ ମୋହନ ବେବର୍ତ୍ତା ଓ ସହ-ଆବାହକ ଅଜୟ କୁମାର ନାଥ, ଅଭ୍ୟର୍ଥନା ଆବାହକ ଶିଶିର ବହିଦାର ଓ ସହ-ଆବାହକ ପ୍ରଭୁଦତ୍ତ ପଣ୍ଡା, ଆଲୋଚନାଚକ୍ର ଆବାହକ  ଅତିଷ କୁମାର ଶତପଥୀ ଓ ସହ-ଆବାହକ ରଣଜିତ ରଥ, ସ୍ମରଣୀକା ଆବାହକ ଡା. ରାଜାରାମ ଷଢ଼ଙ୍ଗୀ , ପରିବହନ ଆବାହକ ଦିନେଶ ମହତ୍ତମ ଓ ସହ-ଆବାହକ  ନୀଗମାନନ୍ଦ ମହାନ୍ତି, ରହଣୀ ଆବାହକ ମହେଶ କୁମାର ପଟେଲ ଓ ସହ-ଆବାହକ  ସତିଶ ଦୋରା, ଉଦ୍ଘୋଷଣା ଆବାହକ ଅଞ୍ଜନ କୁମାର ପ୍ରଧାନ ଓ ସହ-ଆବାହକ  ମିମାଂଶା ରଥ, ପାର୍କିଂ ଆବାହକ  କାର୍ତ୍ତିକ ଆଇନ୍ଦ ଓ ସହ-ଆବାହକ ଦୟାନିଧି ପ୍ରଧାନ, ସଫେଇ  ସହ-ଆବାହକ  ସୁନୀଲ ସାଗର, ଗଣମାଧ୍ୟମ ଆବାହକ  ଭବାନୀ ଶଙ୍କର ଭୋଇ ଓ ଷ୍ଟଲ ଆବାହକ  ମୁକେଶ ଜରିଓ୍ୱାଲଙ୍କ ସହ ଉପଦେଷ୍ଠା କମିଟି ସଦସ୍ୟ ସୁଧୀର ରଞ୍ଜନ ବହିଦାର, ରାମଦାସ ପଣ୍ଡା, ପ୍ରମୁଖ ଉପସ୍ତିତ ରହିଥିଲେ।


ସମ୍ବଲପୁର  ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ  ଓଡିଶା।

Leave a Reply

Your email address will not be published. Required fields are marked *