୨୦୨୫ ଘୋଷ ଯାତ୍ରା ରଥକାଠ ପାଇଁ ପ୍ରସ୍ତୁତି ଆରମ୍ଭ ।

ଦଶପଲ୍ଲା/ ଗଣିଆ ; ତା-୧୧/୧୨ (ବିଏମସି ଟିଭି ଓଡ଼ିଆ)

ଓଡିଶା ର ଇଷ୍ଟ ଦେବତା ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ର ୨୦୨୫ ବର୍ଷ ରଥ ଯାତ୍ରା ପାଇଁ ଶ୍ରୀ ମନ୍ଦିର ତରଫରୁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ରଥ ଯାତ୍ରା ପାଇଁ ରଥ କାଠ ପ୍ରଥମ ଆବଶ୍ୟକ। ତେଣୁ ଏଥିନିମନ୍ତେ ରଥ କାଠ ପାଇଁ ନିର୍ଦିଷ୍ଟ କାଠ ଯଥା ଫାଶି,ଅସନ, ପିଆଶାଳ, ଛ ତିଆନ,ଧଉରା ପ୍ରଭୁତି ଗଛ ଆବଶ୍ୟକ ହୋଇଥାଏ। ତେଣୁ ପରମ୍ପରା ଅନୁସାରେ ରଥ କାଠ ର ଗଛ ଚିହ୍ନଟ କରି କାଟିବା ପୂର୍ବରୁ ପ୍ରଥମେ ଦଶପଲ୍ଲା ବନାଞ୍ଚଳ ଅନ୍ତର୍ଗତ ଗଣିଆ ବ୍ଲକ୍ ଅନ୍ତର୍ଗତ ସାତକୋସିଆ ବଡ ମୂଳ ନିକଟ ଖଳଖାଲ ନାଳ କୂଳରେ ଅବସ୍ଥିତ ମାଆ ବଡ ରାଉଳ ଙ୍କ ନିକଟ କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଶ୍ରୀ ଜଗନ୍ନାଥ ଙ୍କ ର ଆଜ୍ଞା ମାଳ, ପତାକା, ମହାପ୍ରସାଦ, ୩ ଜଣିଆ ସଦସ୍ୟ ବନ ବିଭାଗ ସହାୟତାରେ ଆସି ପୀଠରେ ପହଂଚି ପୂଜା ର୍ଚନା କରିଥାନ୍ତି  ।

ତେଣୁ ୨୦୨୫ ଘୋଷ ଯାତ୍ରା ପାଇଁ ରଥ କାଠ ଚଳିତ ମାସ ୧୭ ତାରିଖ ଦିନ ମା ଙ୍କ ପାଖରେ ଏହି ପୂଜା ଅନୁଷ୍ଠିତ ହେବ। ଯେଉଁ ସେବକ ପ୍ରତିନିଧି ପୁରୀରୁ ଆସିବେ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ଜଗନ୍ନାଥ ଦଳ ତରଫରୁ ଏକ ପ୍ରସ୍ତୁତି ବୈଠକ ଆର ସି କଲେଜ ସଭାଗୃହରେ ଦଳ ର ମାର୍ଗ ଦର୍ଶକ ସନ୍ଥ ସେବକ ଭକ୍ତ ପ୍ରଭୁ ଜୀ ଲଲିତ ନାରାୟଣ ଦାସ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ କରେ ଗଣିଆ ବ୍ଳକ ବିଶ୍ୱହିନ୍ଦୁ ପରିଷଦ ସଭାପତି ଅନ୍ତର୍ଯ୍ୟାମୀ ମିଶ୍ର, ସମ୍ପାଦକ ଡ, ମଳୟ କୁମାର ପଣ୍ଡା, କୋଷାଧକ୍ଷ ସୁଧାକର ରାଉତ, କଲେଜ ଉପାଧ୍ୟକ୍ଷ ଉମାକାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ନାମ ସଙ୍କୀର୍ତ୍ତନ କରି ପ୍ରତିନିଧି ଦଳ ଙ୍କୁ ସ୍ୱାଗତ କରିବା ପାଇଁ ନିଷ୍ପତି କରିଥିଲେ।ସକାଲ ୮ ଟା ସମୟରୁ ଦିନ ୨ଟା ପର୍ଯନ୍ତ ପୂଜା ହୋମ ଓ ନାମ ସଙ୍କୀର୍ତ୍ତନ ଚାଲିବ ବୋଲି ଜଣାପଡିଛି।

ଦଶପଲ୍ଲା ଗଣିଆ ରୁ ବଳଭଦ୍ର କରଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।

Leave a Reply

Your email address will not be published. Required fields are marked *