ପରୀକ୍ଷା ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ।

ବୌଦ୍ଧ ; ତା-୨୭/୦୨(ବିଏମସି ଟିଭି ଓଡ଼ିଆ)

ଓଡିଶା ସବଅଡିନେଟ ଷ୍ଟାଫ ସିଲେକସନ କମିଶନ ପକ୍ଷରୁ ବୌଦ୍ଧ ଜିଲ୍ଲାରେ ପ୍ରାଣୀଧିନ ନିରୀକ୍ଷକ, ବନପାଳ ଏବଂ ବନରକ୍ଷୀ ପଦବୀ ପାଇଁ ଶାରିରୀକ ପରୀକ୍ଷା, ଉଚ୍ଚତା, ଓଜନ, ଆଦି ସହିତ ସାର୍ଟିଫିକେଟ ଯାଞ୍ଚ ଆସନ୍ତା ୩ ତାରିଖରେ ସକାଳ ୭ଘଟିକା ସମୟରେ ବଲାସିଙ୍ଗାଠାରେ ଥିବା ପଞ୍ଚମ ବାଟାଲିଅନ ପଡିଆଠାରେ ଅନୁଷ୍ଠିତ ହେବାକୁଥିବାବେଳେ ପରୀକ୍ଷା ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଦିନ ଦିବା ୧ ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶାରିରୀକ ପରୀକ୍ଷା ସହିତ ସାର୍ଟିଫିକେଟ ଯାଞ୍ଚ କରାଯିବ । ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ପରୀକ୍ଷା ସୁଚାରୁରୂପେ ପରିଚାଳନା କରିବାକୁ ଆଲୋଚନା ହୋଇଥିଲା । ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ପାନୀୟଜଳ, ଖାଦ୍ୟ, ଓଆରଏସ ଓ ଆବଶ୍ୟକୀୟ ଔଷଧ ମହଜୁଦ ରଖିବା ସହିତ ମେଡିକାଲ ଟିମ, ଅଗ୍ନିଶମ ବାହିନୀ ସଜାଗ ରହିବାକୁ ପରାମର୍ଶ ଦିଆଯାଇ ଥିଲା । ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରାଯିବାସହ ଏନେଇ ପୁଣି ଥରେ ଏକ ବୈଠକ କରିବାକୁ ନିଷ୍ପତ୍ତି ନିଆଯାଇ ଥିଲା । ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡ. ରାମାରାଓ ପାଲୋ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ବୈଠକରେ ଡିଏଫଓ ଦେବପ୍ରିୟ କମ୍ପ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାର୍ଥକ ରାୟ, ଜିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟନାରାୟଣ ବେହେରା, ଡ. ସଂଘମିତ୍ରା ପଣ୍ଡା, ଅବକାରୀ ଅଧିକ୍ଷକ ଶାନ୍ତି ମାରଣ୍ଡି, ଡେପୁଟି କମାଟେଣ୍ଟ ଚିତ୍ତରଞ୍ଜନ ମାଝୀ, ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁ, ଡେପୁଟି କଲେକ୍ଟର ସୁଚରିତା ମୁଗ୍ରୀ, ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ସତ୍ୟନାରାୟଣ ପ୍ରଧାନ, ଅଗ୍ନିଶମ ଅଧିକାରୀ ସୁଧିର କୁମାର ଦାସ, ରିଜର୍ଭ ଇନିସପେକଟର କୁଳମଣି ଗିରି, ଜିଲା କ୍ରୀଡା ଅଧିକାରୀ ସୁଦାମ କୁମାର ସ୍ୱାଇଁ, ଶାରିରୀକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେରା, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତା କାନ୍ତି ବଳିୟାର ସିଂହ ଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।


ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତ ଙ୍କ ରିପୋର୍ଟ ବିଏମସି ନିୟୁଜ଼ ଓଡ଼ିଶା।

Leave a Reply

Your email address will not be published. Required fields are marked *