ପଞ୍ଚୁପାଣ୍ଡବ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ।

ନୟାଗଡ ; ତା-୧୧/୦୧(ବିଏମସି ଟିଭି ଓଡ଼ିଆ)

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଭା ଗୃହମଧ୍ୟରେ ଶୁକ୍ରବାର ଦିନ ନୂଆଗାଁ ପଞ୍ଚୁପାଣ୍ଡଵ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୫ ପାଈଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପଞ୍ଚୁପାଣ୍ଡଵ ମହୋତ୍ସବ କମିଟି ସଭାପତି ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବିଗତ ବର୍ଷରେ ହୋଇଥିବା ମହୋତ୍ସବର ଖର୍ଚ୍ଚ ବିବରଣୀ ଉପସ୍ଥାପନ ହୋଇଥିଲା।ପରେ କିଭଳି ଭାବରେ ଚଳିତ ବର୍ଷ ପଞ୍ଚୁପାଣ୍ଡଵ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୫ ନୂତନ ଢଙ୍ଗ ନୂତନ ଶୈଳୀ ରେ ଅନୁଷ୍ଠିତ ହେବ ସେ ନେଇ ଆଲୋଚନା ହୋଇଥିଲା।ଏହାପରେ ପ୍ରତ୍ୟେକ ପରିଚାଳନା କମିଟି ଗଠନ କରାଯାଇଥିଲା।ମହୋତ୍ସବର ଚିତାକର୍ଷଣ ପତ୍ରିକା ପାଞ୍ଚାଳୀ ପାଈଁ ସମୟ ନିର୍ଦ୍ଧାରିତ ହୋଇଥିଲା। ଅଂଚଳର ଇତିହାସ, ଲୋକକଳା, ସଂଗୀତ, ସ୍ୱାଧୀନତା ସଂଗ୍ରାମୀ,ଲୋକ ସଂସ୍କୃତି କୁ ବିଭିନ୍ନ ପ୍ରବନ୍ଧ, କବିତା, ଗଳ୍ପ ମାଧ୍ୟମରେ ଉପସ୍ଥାପନ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା। ପ୍ରତ୍ୟେକ ସ୍କୁଲ ସ୍ତରରୁ +୩ ପର୍ଯ୍ୟନ୍ତ ଶିକ୍ଷକ,ଶିକ୍ଷୟିତ୍ରୀ, ଅଫିସର ସମେତ ବୁଦ୍ଧିଜୀବୀ ମାନେ ନିଜର ନିଜସ୍ୱ ଲେଖା ଜାନୁଆରୀ ୧୮ ତାରିଖ ମଧ୍ୟରେ ଦେବା ପାଈଁ ନିଷ୍ପତି ହେଲା ଏବଂ ଶିକ୍ଷା ବିଭାଗରେ କାର୍ଯ୍ୟରତ ଆଞ୍ଚଳିକ ସାଧନ କେନ୍ଦ୍ରସଂଯୋଜକ ମାନଙ୍କୁ ଦାଇତ୍ୱ ଦିଆଗଲା। ସାଂକୃତିକ କାର୍ଯ୍ୟକ୍ରମ ନୂତନ ଢଙ୍ଗରେ କରାଯିବା ପାଈଁ ପ୍ରସ୍ତାବ ଆଲୋଚନା ହୋଇଥିଲା।

ବିଭିନ୍ନ ସଚେତନତା ମୂଳକ ନୃତ୍ୟ ଲୋକନୃତ୍ୟ ତତ ସହିତ ଲଟେରୀ କାର୍ଯ୍ୟକ୍ରମ କରାଯିବ ପାଇଁ ନିଷ୍ପତ୍ତି ହେଲା।ଯାହାକି ବିଶେଷ ଆକର୍ଷଣିୟ ଉପହାର ରଖାଯିବ।ସର୍ବ ସମ୍ମତି କ୍ରମେ ୨ ଫେବୃୟାରୀ ରୁ ୫ ଫେବୃୟାରୀ ୨୦୨୫ ପାଞ୍ଚଛୁପାଣ୍ଡବ ମହାତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୫ ଅନୁଷ୍ଠିତ ହେବ। ଆଜିର ପ୍ରସ୍ତୁତି ବୈଠକରେ ନୂଆଗାଁ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟା ବେହେରା ,ବିଡିଓ ଅମୃତ କୁମାର ରାଉଲ୍ ,ତହସିଲଦାର ହେମନ୍ତ କୁମାର ନାୟକ ,ମହୋତ୍ସବ କମିଟି ଉପସଭାପତି ପ୍ରଫୁଲ୍ଲ ବାରିକି ,ସଂପାଦକ ଦିଲୀପ ଦଳବେହେରା ,କୋଷାଧକ୍ଷ ଦେବରାଜ ଖଣ୍ଡୁଆଳ ,ସଂଯୋଜକ ରମେଶ ଚନ୍ଦ୍ର ପ୍ରଧାନ ,ସାଂସ୍କୃତିକ କମିଟି ମୁଖ୍ୟ ମଦନ ମୋହନ ପ୍ରଧାନ ସହିତ ସମସ୍ତ ବିଭାଗର କର୍ମକାରୀ , ବିଭିନ୍ନ ପଂଚାୟତର ସରପଞ୍ଚ ସମିତି ସଭ୍ଯ ସଭ୍ୟା ସହ ଗଣମାଧ୍ୟମର ସଦସ୍ୟ ମାନେ ଉପସ୍ଥିତ ରହିବା ସହିତ ମହୋତ୍ସବ କମିଟିତ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *