ଉପଖଣ୍ଡ ସ୍ତରୀୟ ଗ୍ରୀଷ୍ମ ପ୍ରବାହ ନିମିତ୍ତ ମୁକାବିଲା ପ୍ରସ୍ତୁତି ବୈଠକ।

ଗଞ୍ଜାମ ;ତା-୧୩/୦୩(ବିଏମସି ଟିଭି ଓଡ଼ିଆ)

ଗୁରୁବାର ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଗାମୀ ଗ୍ରୀଷ୍ମ ପ୍ରବାହ ନିମିତ୍ତ ଏକ ମୁକାବିଲା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପାଜିଲାପାଳ ଶ୍ରୀ ଉମାଶଙ୍କର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଖଣ୍ଡ ସ୍ତରରେ ଯେଉଁ ଜନବସତିରେ ପିଇବା ପାଣିରେ ଅଭାବ ପରିଲିଖିତ ହେଉଛି ସେଠି ଯଥାଶୀଘ୍ର ପିଇବା ପାଣି ଯୋଗାଇବା ତଥା ଟିୟୁବ ଓ୍ବେଲ୍ ଖନନ କରିବା ସହ ଜଳ ଛତ୍ର ଖୋଲିବା ଓ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ପାଇଁ ଊପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ଉପଜିଲ୍ଲାପାଳ ବେହେରା ନିର୍ଦେଶ ଦେଇଛନ୍ତି।ସହରାଞ୍ଚଳରେ ଜନଗହଳି ସ୍ଥାନରେ ଜଳଛତ୍ର ଖୋଲିବା ପାଈଁ ମଧ୍ୟ ସେ ନିର୍ଦେଶ ଦେଇଛନ୍ତି ।ଉପଖଣ୍ଡ ସ୍ତରରେ ଥିବା ସମସ୍ତ ଟିୟୁବଓ୍ବେଲ ଗୁଡିକୁ ଯାଞ୍ଚ କରିବା ସହ ସମ୍ପୂର୍ଣ ରୂପେ ମରାମତି କରିବାକୁ ନିର୍ଦ୍ଧେଶ ଦିଆଯାଇଛି। ପାଣି ସମସ୍ଯା ଉପରେ ଜନସାଧାରଣଙ୍କର ଅଭିଯୋଗ ଉପରେ ତୁରନ୍ତ ସମାଧାନ ଓ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ଉପଜିଲ୍ଲାପାଳ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି। କହିଥିଲେ । ଉକ୍ତ ସମୀକ୍ଷା ବୈଠକରେ ପାନୀୟଜଳ ଯୋଗାଣ ବିଭାଗ ର ଅଧ୍ୟକ୍ଷଣ ଯନ୍ତ୍ରୀ ଙ୍କ ସମେତ ଭଞ୍ଜନଗର, ଆସିକା, ପୋଲସରା, ହିଞ୍ଜିଳିକାଟୁର ସହାୟକ ନିର୍ବାହୀ ଯନ୍ତ୍ରୀ, ଭଞ୍ଜନଗର ଓ ଆସିକା ପିଏଚ୍ ସହାୟକ ନିର୍ବାହୀ ଯନ୍ତ୍ରୀ ଏବଂ ବ୍ଲକ ସ୍ତରୀୟ କନିଷ୍ଠ ଯନ୍ତ୍ରୀ ଊପସ୍ଥିତ ଥିଲେ ।

ଗଞ୍ଜାମ ରୁ ନିମାଇଁ ଚରଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *