ବିଶ୍ୱ ପରିବେଶ ଦିବସରେ ପ୍ରେସକ୍ଲବ ଏବଂ ୟୁନାଇଟେଡ଼ କ୍ଲବ୍-୯୯ ର ଚାରା ରୋପଣ


ବେଲଗୁଣ୍ଠା-୦୫/୦୬/୨୫ (ବିଏମସି ଟିଭି ଓଡ଼ିଆ)

ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ବେଲଗୁଣ୍ଠାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ୟୁନାଇଟେଡ଼ କ୍ଲବ୍-୯୯ ଏବଂ ବେଲଗୁଣ୍ଠା ପ୍ରେସକ୍ଲବ ର ମିଳିତ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ନିମିତ୍ତ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ଆଜି ବେଲ,ବାଦାମ, ବଉଳ, କରଞ୍ଜ ଭଳି ବିଭିନ୍ନ କିସମର ୪o ରୁ ଉର୍ଦ୍ଧ ଚାରା ରୋପଣ କରାଯାଇଥିଲା I ବେଲଗୁଣ୍ଠା ମାଆ ବ୍ରାହ୍ମଣ ଦେବୀ ରାସ୍ତା ଓ ଧନୀଜାପଲ୍ଲୀ ରାସ୍ତା ପାର୍ଶ୍ୱରେ  ଚାରା ରୋପଣ କରାଯାଇଛି I ଏହି ଚାରା ରୋପଣ କାର୍ଯ୍ୟକ୍ରମରେ କ୍ଳବ୍-୯୯ ତରଫରୁ ଉପସ୍ଥିତ ଥିବା ସମସ୍ତ ସ୍ଵେଚ୍ଛାସେବୀଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ।  କ

ନ8ାର୍ଯ୍ୟକ୍ରମରେ କ୍ଳବ୍-୯୯ ର ଅଶ୍ୱିନୀ କୁମାର ମହାନ୍ତି,ମଧୁସୂଦନ ଦାସ,ଭକ୍ତବନ୍ଧୁ ପରିଡା,କାଶୀନାଥ ସାହୁ, ଅରବିନ୍ଦ ପାତ୍ର,ସୁଶାନ୍ତ ବିଷୋୟୀ,ସୁଶାନ୍ତ ସାହୁ,ରାକେଶ ପାତ୍ର, ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗ ଦେଇ ପ୍ରତ୍ୟେକେ ତିନୋଟିରୁ ଚାରୋଟି ଲେଖାଏଁ ଚାରା ରୋପଣ କରିଥିଲେ ।ଏହା ସହ ବେଲଗୁଣ୍ଠା ପ୍ରେସକ୍ଲବର ବରିଷ୍ଠ ସଦସ୍ୟ ସୁଶାନ୍ତ ବେହେରା,ସୂର୍ଯ୍ୟନାରାୟଣ ତ୍ରିପାଠି, ଶିବରାମ ଚୌଧୂରୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଷ୍ଟାଲିନ୍ ସ୍ୱାଇଁ ସହଯୋଗ କରିଥିଲେ । ଆଗାମୀ ଦିନରେ ବର୍ଷାକୁ ଲକ୍ଷ୍ୟ ରଖି ପାଞ୍ଚୋଟି ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କ୍ଳବ୍-୯୯ ର ସଦସ୍ୟ ମାନେ ପ୍ରକାଶ କରିଥିବା ବେଳେ ଏହି ଚାରା ସବୁ ବନ ବିଭାଗର ବାଣତୁମ୍ବ ଠାରେ ଥିବା ନର୍ସରୀରୁ ବନ ବିଭାଗର କର୍ମଚାରୀ ମାନେ ଯୋଗାଇଦେଇଥିଲେ ।

ବେଳଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।

Leave a Reply

Your email address will not be published. Required fields are marked *