ନୟାଗଡ ;ତା-୦୯/୦୧(ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ଦଶପଲ୍ଲା ଏନ ଏ ସି ଅନ୍ତର୍ଗତ ତ୍ରିନାଥ ଛକ ସନିକଟ ରେ ସୀତାରାମ ୟୁଥ କ୍ଲବ ଦଶପଲ୍ଲା ର ଅଗ୍ରଣୀ ଅନୁଷ୍ଠାନ ଭାବେ ବେଶ ପରିଚିତ। ଏହି କ୍ଲବ ତରଫରୁ ଅଷ୍ଟମ ବର୍ଷ ‘ମହକ ‘ ଯୁବ ମହୋତ୍ସବ ପାଳନ କରୁଅଛି। ଚଳିତ ମାସ ୧୧,୧୨ଓ ୧୩ ତିନି ଦିନ ଧରି ଏହା ପାଳନ କରାଯିବ। ପ୍ରଥମ ଦିନ ଦଶପଲ୍ଲା ର ଆରାଧ୍ୟ୍ୟ ଦେବ ଶ୍ରୀ ମହାବୀର ଙ୍କ ଆଜ୍ଞା ମାଳ ସହିତ ଦେଶର ଯବାନ ମାନଙ୍କ ଉଦେଶ୍ୟ ରେ ୪୦୦ମିଟର

ତ୍ରିରଙ୍ଗା ଧରି ଏକ ବିଶାଳ ଶୋଭାଯାତ୍ରା ବାହାରି ମହକ ମୈଦାନ ପର୍ଯ୍ୟନ୍ତ ଆସିବ ବୋଲି କ୍ଲବ ଉପଦେଷ୍ଟା ତ୍ରିନାଥ ସାହୁ ମତ ରଖିଛନ୍ତି। ତେବେ ଏହି ଦଶପଲ୍ଲା ତଥା ଆଖ ପାଖ ବ୍ଲକ ତଥା ଗ୍ରାମାଞ୍ଚଳ ରେ ଥିବା ଲୁକ୍କାୟିତ ପ୍ରତିଭା ମାନଙ୍କୁ ଲୋକ ଲୋଚନ କୁ ଆଣିବା ଏହି କ୍ଳବ ର ଲକ୍ଷ୍ୟ। ସେବା ମନବୃତ୍ତି ତଥା ଭାଇଚାରା ର ସମର୍ପିତ ମନୋଭାବ ନେଇ ଏହି କ୍ଲବ ଟି ଗଢି ଉଠିଥିବା ର ସୂଚନା ମିଳୁଛି। ଏହି ତିନି ଦିନ ଉତ୍ସବ ଅବସରରେ ବିଭିନ୍ନ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା କରାଯିବ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।