ରଣପୁର ମହୋତ୍ସବ “ଅର୍ଜୁନ”ପାଇଁ ସାମ୍ବାଦିକ ସମ୍ମିଳନୀ ।  ରଣପୁର ମହୋତ୍ସବ ର ଗଣମାଧ୍ୟମ ସମନ୍ୱୟ କମିଟି ଗଠିତ।

ରଣପୁରଗଡ ; ତା-୨୪/୧୩ (ବିଏମସି ଟିଭି ଓଡ଼ିଆ)

ନୟାଗଡ଼ ଜିଲ୍ଲା ରଣପୁର ମହୋତ୍ସବ ଅର୍ଜ୍ଜୁନ ୨୦୨୫ ଆସନ୍ତା ବର୍ଷ ଜାନୁଆରୀ ୫ ତାରିଖର ଜାନୁୟାରୀ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ନୟାଗଡ଼ ଜିଲ୍ଲାର ପ୍ରଥମ ମହୋତ୍ସବ ଭାବେ ରଣପୁର ମହୋତ୍ସବର ଓଡ଼ିଶାରେ ଅନେକ ସୁନାମ ରହିଛି। ୨୦୦୬ ମସିହାରେ ରଣପୁର ମହୋତ୍ସବର ପ୍ରତିଷ୍ଠାତା ଥିଲେ ତତ୍ କାଳୀନ ଓଡ଼ିଶାର ସମବାୟ ରାଷ୍ଟ୍ରମନ୍ତ୍ରୀ ସୁରମା ପାଢୀ। କାଳର କରାଳ ଚକ୍ରରେ ଇତି ମଧ୍ୟରେ ଅନେକ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ୨୦୨୫ ମହୋତ୍ସବ” ଅର୍ଜ୍ଜୁନ “ର ମଙ୍ଗ ଧରିଛନ୍ତି ଏବେ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢୀ।

ତେଣୁ ମହୋତ୍ସବକୁ ବହୁଳ ପ୍ରଚାର ପ୍ରସାର କରିବା ପାଇଁ ମହୋତ୍ସବ ଅଧକ୍ଷା ସୁରମା ପାଢୀଙ୍କ ଅନୁପସ୍ଥିତିରେ ସମ୍ପାଦକ ସ୍ବରାଜ ମହାନ୍ତି ସହଭାଗିତାରେ ରଣପୁର ମଣିନାଗ ପୀଠ କଲ୍ୟାଣ ମଣ୍ଡପରେ ମଙ୍ଗଳ ବାର ୨୪ ତାରିଖ ମଧ୍ୟାହ୍ନରେ ଏକ ଗଣମାଧ୍ୟମ ବୈଠକ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସାମ୍ବାଦିକ ବିଶ୍ୱରଂଜନ ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଏକ ରଣପୁର ମହୋତ୍ସବ ପାଇଁ ରଣପୁର ଗଣମାଧ୍ୟମ ସମନ୍ୱୟ କମିଟି ଗଠନ କରାଯାଇଛି। ଯେଉଁଥିରେ ୪୦ ରୁ ଉର୍ଦ୍ଧ ଛାପା, ବୈଦୁତିକ ଓ ସାମାଜିକ ଗଣମାଧ୍ୟମ ପ୍ରତିନିଧି ଯୋଗଦାନ କରିଥିଲେ।

ଆଗାମୀ ଦିନରେ ରଣପୁର ମହୋତ୍ସବର ପ୍ରଚାର ପ୍ରସାର କରିବା ପାଇଁ ବରିଷ୍ଠ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ ଓ ରଘୁନାଥ ନାୟକଙ୍କ ଦାୟିତ୍ଵରେ ବିଭିନ୍ନ ସବ କମିଟିରେ ସାମ୍ବାଦିକମାନଙ୍କ ପ୍ରତିନିଧି ରଖିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ଏହି ବୈଠକରେ ପୁରୀ ସାଂସଦ ଡ଼ଃ ସମ୍ବିତ ପାତ୍ରଙ୍କ ପ୍ରତିନିଧିଭାବେ ବରିଷ୍ଠ ଆଇନଜୀବି ପ୍ରିୟବ୍ରତ ପ୍ରହରାଜ, ଉପସଭାପତି ପରେଶ ମିଶ୍ର, ବିଜୟ ଜେନା, ରାଜ କିଶୋର ପଟ୍ଟନାୟକ,ଶିବ ପ୍ରସାଦ ମିଶ୍ର ଆଦି ଅନେକ କାର୍ଯ୍ୟ କାରିଣୀ ସଦସ୍ୟ ଯୋଗଦେଇଥିଲେ।

ମହୋତ୍ସବ ସଞ୍ଚାଳନ ପାଇଁ ଏକ ଗଣମାଧ୍ୟମ ସମନ୍ୱୟ କମିଟି ଗଠନ କରାଯାଇଛି।ଆଗାମୀ ଡିସେମ୍ବର ୨୭ରେ ଏକ ସାଧାରଣ ବୈଠକ ହେବାପାଇଁ ସ୍ଥିରୀକୃତ ହୋଇଅଛି। ରଣପୁର ଜନ ସାଧାରଣଙ୍କ ସହଯୋଗ କାମନା କରାଯାଇଛି।

ବିଏମସି ନ୍ୟୁଜ୍ ଓଡିଶା।

Leave a Reply

Your email address will not be published. Required fields are marked *