ବରପାଲି ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ନେଇ ସାମ୍ବାଦିକ ସମ୍ମିଳନୀ।

ସମ୍ବଲପୁର ;ତା-୨୬/୧୨(ବିଏମସି ଟିଭି ଓଡିଆ)

ବରପାଲି ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀକୁ ଏକ ଲୋକ ମହୋତ୍ସବ ଢଙ୍ଗରେ ଆକର୍ଷଣୀୟ କରାଯିବ ବୋଲି କମିଟି କର୍ମକର୍ତ୍ତା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଆଜି ମହାବିଦ୍ୟାଳୟ ପରିସରରେ ସୁବର୍ଣ୍ଣ ଜୟନ୍ତୀ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ୨୮ ରୁ ୩୦ ତାରିଖ ତିନି ଦିନ ଧରି ଏହି ଉତ୍ସବ ପାଳନ କରାଯିବ । ଏହି ତିନି ଦିନରେ ପ୍ରତ୍ୟହ ଆଲୋଚନା ଚକ୍ର, ସଭା, ପ୍ରଦର୍ଶନୀ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହା ବ୍ୟତୀତ ପୁରାତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟ ରେ ବିଭିନ୍ନ ପ୍ରତିଯୋଗୀତା ଓ ଫେଶନ୍ ସୋ ଇତ୍ୟାଦି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟେକ ଦିନ ସଭାରେ ନେତା, ପ୍ରଶାସକ, ସାହିତ୍ୟିକ ତଥା ଶିକ୍ଷାବିତ୍ ଓଡ଼ିଶା ତଥା ଓଡ଼ିଶା ବାହାରୁ ଯୋଗ ଦେବାର କାର୍ଯକ୍ରମ ରହିଛି। ସମସ୍ତ ପୁରାତନ ଛାତ୍ରଛାତ୍ରୀ ଏଥିରେ ସାମିଲ ହେବାକୁ ମଧ୍ୟ ଅନୁରୋଧ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କମିଟିର ସଭାପତି ଡକ୍ଟର ରବୀନ୍ଦ୍ର ଗଡତିୟା, ସମ୍ପାଦକ ଅଧ୍ୟାପକ ସୁବଳ ମେହେର, କଲେଜ ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ, ଉପାଧ୍ୟକ୍ଷ ପ୍ରଫେସର ସୁଶିଲ ଶତପଥୀ, ତେଜରାଜ ଭୋଇ, ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସୁଦାମ ସାହୁ ପ୍ରମୁଖ ଉପସ୍ଥିତ ରହି ଗଠନମୂଳକ ପ୍ରସ୍ତାବ ଦେଇଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *