ସମ୍ବଲପୁର :ତା.୦୯/୦୪(ବିଏମସି ଟିଭି ଓଡିଆ)
ବରପାଲି ବ୍ଳକ ଅନ୍ତର୍ଗତ କନବାର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୁନିୟର ରେଡକ୍ରସ ସଂସ୍ଥା ପକ୍ଷରୁ ପ୍ରାଥମିକ ସ୍ଵାସ୍ଥ୍ୟ ସେବା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ସାନନ୍ଦକୁମାର ଭୋଇଙ୍କ ସଭାପତିତ୍ୱରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ସେବା ବିନିମୟ ଯୁକ୍ତା ବାରିକଙ୍କ ସଂଯୋଜନାରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ବିଦ୍ୟାଳୟ ସ୍କାଉଟ ଗାଇଡ଼ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ। ୩୧୦ ଜଣ ଛାତ୍ରଛାତ୍ରୀ ତାଲିମ୍ ଶିବିରରେ ସାମିଲ ହୋଇଥିଲା। ଶିବିରରେ ସଜ୍ଞାହିନତା, ମୁଣ୍ଡ ଫାଟିବା, ରକ୍ତ ପ୍ରବାହ ରୋକିବା, ହାତ ଗୋଡ ଭଙ୍ଗାର ପ୍ରାଥମିକ ଚିକିତ୍ସା ଉପରେ ସଚେତନତା ସହ ଅନ୍ୟମାନଙ୍କୁ ପ୍ରାଥମିକ ସହାୟତା ଯୋଗାଇ ଦେବା ପ୍ରଭୁତି ବିଷୟ ଉପରେ ତାଲିମ ଦିଆଯାଇଥିଲା। ପରିଚାଳନାରେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ସାହାଯ୍ୟ କରିଥଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।