ବଲାଙ୍ଗୀର ;ତା-୧୨/୦୧(ବିଏମସି ଟିଭି ଓଡ଼ିଆ)
ଟିଟିଲାଗଡ ସବଜେଲ ରେ ଅତ୍ୟନ୍ତ ନିମ୍ନ ମାନର ଖାଦ୍ୟ ପ୍ରଦାନ ସହ ବିଭିନ୍ନ ପ୍ରକାର ସୁବିଧା,ସୁଯୋଗ ମିଳି ନ ପାରିବା ଭଳି ଗୁରୁତର ଅଭିଯୋଗ ହୋଇଛି। ବିଗତ ଦିନରେ ଏହି ସବଜେଲ ରେ ବଲାଙ୍ଗୀର ଜିଲ୍ଲା ବିଚାର ବିଭାଗୀୟ ମୁଖ୍ୟ ତଥା ଟିଟିଲାଗଡ ଉପ ଜିଲ୍ଲାପାଳ,ଟିଟିଲାଗଡ ଅତିରିକ୍ତ ଆରକ୍ଷୀ ଅଧିକ୍ଷକା ଏହି ଜେଲ ରେ ବେଆଇନ୍ କାର୍ଯ୍ୟ କଳାପ ନେଇ ତଦନ୍ତ କରିବା ପାଇଁ ଯାଇଥିଲେ । ସେଠି ଥିବା ବନ୍ଦୀ ମାନେ ନିଜ ଅଭିଯୋଗ ରେ ସାବୁନ, ତେଲ, ଟୁଥ ବ୍ରସ ଓ ସରକାରୀ ପ୍ରଦତ୍ତ ସାମଗ୍ରୀ ପ୍ରଦାନ ନ କରିବା ତଥା ଅତ୍ୟନ୍ତ ନିମ୍ନ ମାନର ଖାଦ୍ୟ ପ୍ରଦାନ ଭଳି ଅଭିଯୋଗ କରିଥିଲେ ।

ଏହି ଜେଲ ଅଧିକାରୀ ନିଜେ ଉକ୍ତ ଅଭିଯୋଗ ତଥା ପ୍ରଶାସନିକ ମୁଖ୍ୟ ଙ୍କ କଡ଼ା ତାଗିଦ୍ ସତ୍ତ୍ୱେ ପରିତାପର ବିଷୟ ଯେ,ସରକାର ଙ୍କ ତରଫରୁ ୧୪୦ ଟଙ୍କା ର ଦୈନିକ ଖାଦ୍ୟ ଜଣ ପ୍ରତି ସରକାରୀ ଭାବେ ପ୍ରଦାନ କରାଯାଉ ଥିବା ବେଳେ ୮୦ ଜଣ କଏଦୀ ଙ୍କୁ ମାତ୍ର ଦୁଇ କେଜି ପାଞ୍ଚ ଶହ ଗ୍ରାମ ର ଡାଲି ରାନ୍ଧି ଦୈନିକ ଦୁଇ ବେଳା ପ୍ରଦାନ କରାଯାଇ ଆସୁଛି । ବିଶେଷ ଦ୍ରଷ୍ଟବ୍ୟ ଯେ, ଯେଉଁ ବନ୍ଦୀ ଏହି ବିଷୟ ରେ ଅଭିଯୋଗ କରେ ତାକୁ ମୁଲାକାତ ବା ସାକ୍ଷାତ ପରିବାର ସହ ବନ୍ଦ କରି ଦିଆ ଯାଇଥାଏ । ମାସିକ ପ୍ରାୟ ଦୁଇ ଲକ୍ଷ ର ବିଲ, ଭାଉଚର୍ କରି ଆସୁଥିବା ସହ ଅଭିଯୋଗ ବାକ୍ସ ତାଲୁକ୍ ଆଇନ ସେବା ଅଧିକାରୀ ବଲାଙ୍ଗୀର ଜିଲ୍ଲା ରୁ ଆସି ଖୋଲିବା କଥା ହେଲେ ତା ପୂର୍ବରୁ ବେଆଇନ୍ ଭାବେ ଜେଲ ର କିଛି ୱାର୍ଡର ଙ୍କୁ ଲଗେଇ ତାର ଦ୍ଵାରା ବାହାର କରି ଚିରି ଫିଙ୍ଗି ଦିଆଯାଇ ଆସୁଛି ।ଏ ନେଇ ବିଭାଗୀୟ ମୁଖ୍ୟ ସଚିବ ତୁରନ୍ତ ଦୃଷ୍ଟି ସହ ଦୃଢ଼ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲା ଜୀବେଦୟା ଅନୁଷ୍ଠାନ ତରଫ ରୁ ଦାବି କରାଯାଉଛି ।

ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।