ବାଘବେଳ ମୁଖ୍ୟ କେନାଲ କାମରେ ଶିଶୁ ଶ୍ରମିକ, ଶ୍ରମିକ ଶୋଷଣ ନିତି ରେ ଘରୋଇ ଠିକା ସଂସ୍ଥା।

ବଲାଙ୍ଗୀର ;ତା-୦୮/୦୩(ବିଏମସି ଟିଭି ଓଡ଼ିଆ)

ବଲାଙ୍ଗିର ଜିଲ୍ଲା ର ବଙ୍ଗୋମୁଣ୍ଡା ବ୍ଲକ- ବାଘବେଳ କେନାଲ କାମ କୁ ନେଇ ବିବାଦ ଖୁବ, କେବେ ନିମ୍ନ ମାନର କାମ ‘ତ କେବେ ଶିଶୁ ଶ୍ରମିକ ନିୟୋଜିତ ବିବାଦ । ଇନ୍ଦ୍ରା ଜଳ ସେଚନ ପ୍ରକଳ୍ପ ଯୋଜନାରେ ଘରୋଇ ଠିକା ସଂସ୍ଥାର ମନମୁଖି କାମ କୁ ନେଇ ସ୍ଥାନୀୟ ଚାଷୀମାନଙ୍କ ଅଭିଯୋଗ ପରେ ଏବେ ଉଠୁଛି ଶିଶୁ ଶ୍ରମିକ ନିୟୋଜିତ ଅଭିଯୋଗ । ଆମ ଅଞ୍ଚଳର ଲୋକ ମାନଙ୍କ ପାଖେ ରୋଜଗାର ଅବସର ନିମ୍ନ ରହିଥିବା ବେଳେ ଠିକା ସଂସ୍ଥା ଅନ୍ୟ ରାଜ୍ୟ ର ଶିଶୁ ଶ୍ରମିକ ନିୟୋଜିତ କଥା ମଧ୍ୟ ବିବାଦ ସୃଷ୍ଟି କରୁଛି।ନିର୍ମାଣ କ୍ଷେତ୍ରରେ ଶ୍ରମିକ ମାନଙ୍କୁ ନିମ୍ନ ଦର ରେ ୧୨ ଘଣ୍ଟା ପର୍ଯ୍ୟନ୍ତ ଖଟାଉଥିବା ଦେଖିବାକୁ ମିଳିଛି । ଶିଶୁ ଶ୍ରମିକ ମାନଙ୍କୁ ଗୋଟିଏ ଦିନରେ ଟଙ୍କା ୩୦୦ ଶହ ମଜୁରି ଦେଉଥିବା କଥା ଶିଶୁ ଶ୍ରମିକମାନେ ଗଣମାଧ୍ୟମ ପ୍ରତିନିଧି ଆଗରେ ଜଣାଇଛନ୍ତି ।ଏପରି କି ଘରୋଇ ଠିକା ସଂସ୍ଥା ନାରେ ଶ୍ରମିକ ସୋଷଣ କରାଯାଉଥିବା କଥା ଅଭିଯୋଗ ହେଉଛି । ସୁରକ୍ଷା ଦୃଷ୍ଟିକୋଣ ରୁ ସେଫଟି କୀଟ ଯୋଗାଇବା ନିୟମ ରହିଥିବା ବେଳେ ଘରୋଇ ଠିକା ସଂସ୍ଥା ନାଁରେ ନିୟମ ଅବମାନନା କରୁଥିବା ଅଭିଯୋଗ ହେଉଅଛି । ଶ୍ରମ ଆକ୍ଟ ୧୨୪୮ ଅନୁଯାୟୀ ଗୋଟିଏ ସପ୍ତାହ ରେ ଗୋଟିଏ ଦିନ ଛୁଟିର ପ୍ରାବଧାନ ଥିବା ବେଲେ କିନ୍ତୁ ଠିକା ସଂସ୍ଥା ର ଶୋଷଣ ନିତି ଯୋଗୁଁ ଶ୍ରମିକମାନେ ଛୁଟି ଦିନରେ ମଧ୍ୟ ୧୨ ଘଣ୍ଟା କାମ କରୁଛନ୍ତି । ବିହାର ଓ ବେଙ୍ଗଲ ରାଜ୍ୟ ରୁ ଆସିଥିବା ଶ୍ରମିକ। ନିଜ ଅଞ୍ଚଳରେ ଉନ୍ନତି କରଣ କାମରେ ଆଖ ପାଖ ଅଞ୍ଚଳ ର ଶ୍ରମିକ ମାନଙ୍କୁ ସୁଯୋଗ ନ ଦେଇ ଥିବାରୁ ଉତ୍ତେଜନା ସୃଷ୍ଟି ହେବାର ଆସଙ୍କା ରହିଛି । ଅନେକ ଅଭିଯୋଗ ଓ ବିବାଦ ଘେରରେ କଲିକତା ର ଘରୋଇ ଠିକା ସଂସ୍ଥାର କାମ ମାନ ଜାଞ୍ଚ କରିବା ସହିତ ଲେବର ଭାୟୋଲେସନ ଆକ୍ଟ ପାଇଁ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି ।

ବଲାଙ୍ଗୀର ରୁ କଞ୍ଜର ମୁନା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *