ରାୟଗଡା ; ତା-୩୦/୦୧(ବିଏମସି ଟିଭି ଓଡ଼ିଆ)
ରାୟଗଡା ଜିଲ୍ଲା ଅନ୍ତର୍ଗତ ବିଷମକଟକ ସରକାରୀ ଉଚ୍ଚ ପ୍ରାଥମିକ( UGUP )ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ବୃତ୍ତିଗତ ବିକାଶ ପାଇଁ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯକ୍ରମରେ ଚାରିଜଣ ଙ୍କ R. P ସମ୍ପୂର୍ଣ୍ଣ ଦାୟିତ୍ୱ ସହ ତୁଲାଇଥିଲେ ।R.P ଶ୍ରୀ ମୁରଲୀଧର ବେହେରା, ଜିତେନ୍ଦ୍ର ସାହୁ, ଚନ୍ଦ୍ର ପୀଡିକାକା, ବରୁଣ ସିଂ ଓ ଏହି କାର୍ଯ୍ୟକ୍ରମ ର ଦାୟିତ୍ୱ ରେ ଥିବା ଶ୍ରୀ କେଦାର ରତ୍ନାଲୁ, ପ୍ରଶାନ୍ତ ପତି ଙ୍କ ନେତୃତ୍ବରେ 50 ଟି ବିଦ୍ୟାଳୟ ର

ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଉପସ୍ଥିତ ସହ ସମସ୍ତ ସହଜଗ ରେ ଏହି ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ବୃତ୍ତିଗତ ବିକାଶ କାର୍ଯ୍ୟକ୍ରମ ଅତି ସୁନ୍ଦର ଶାନ୍ତି ଶୃଙ୍ଖଳା ଭାବରେ ହୋଇଥିଲା ।

ବିଷମକଟକ ରୁ ଶିବ ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।