ନଡାଗଦାରେ ନିଆଁ ଲାଗି ଲକ୍ଷାଧିକ ସମ୍ପତି ନଷ୍ଟ।

ଗଣିଆ ;  ତା-୧୩/୦୫ ( ବିଏମସି ଟିଭି ଓଡ଼ିଆ )

ଗଣିଆ ବ୍ଲକ ର ଏରୁଣ୍ଡିପଥର ଗ୍ରାମର ଜଗବନ୍ଧୁ ପଣ୍ଡା ନିଜ ପରିବାରର ଭରଣ ପୋଷଣ ପାଇଁ ଦୀର୍ଘ ୮ ବର୍ଷ ହେଲା ଛତୁଚାଷ କରି ଗୁଜୁରାଣ ମେଣ୍ଟlଉଥିଲେ । ସେ ବର୍ଷ ସାରା ପାଇଁ ପଚାଶ ହଜାର ନନ୍ଦ ମହଜୁତ କରି ରଖିଥିଲେ।

ଚାଷୀ ଙ୍କ କହିବାନୁଯାୟୀ ପୂର୍ବ ଶତ୍ରୁତାକୁ ନେଇ କେହି ଏକ ଦୁର୍ବୃତ ଛତୁ ଫର୍ମରେ ନଥିବାର ସୁଯୋଗ ନେଇ ରାତି ୧୨ ଘଟିକା ସମୟରେ ନଡାଗଦାରେ ନିଆଁ ଲଗାଇ ଦେଇଥିଲେ । ମଧ୍ଯ ରାତ୍ରୀରେ ନଡା ଗଦାରେ ନିଆଁ ଲାଗିବା ଦେଖି ଗ୍ରାମବାସୀ ଜଗବନ୍ଧୁଙ୍କୁ ଡ଼ାକିଥିଲେ । ହଠାତ୍ ଘଟଣା ସ୍ଥଳରେ ପଣ୍ଡା ପହଞ୍ଚି ଦେଖିଲାବେଳକୁ ଫାର୍ମରେ ଥିବା ନଡା ଗଦା ହୁତୁ ହୂତୁ ହୋଇ ଜଳୁଛି । ସେଠାରୁ ଅଗ୍ନିଶ୍ରମ ବୁଭାଗକୁ ଖବର ଦେବା ପରେ ଅଗ୍ନିଶମ ଅଧିକାରୀ ବିଜୟାନନ୍ଦ ପରିଡାଙ୍କ ନିର୍ଦେଶ କ୍ରମେ ଏକ ଟିମ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

ଅଗ୍ନିଶ୍ରମ ବିଭାଗର ସୂଚନା ଅନୁଯାୟୀ କ୍ଷୟକ୍ଷତି ର ଆକଳନ ଅନୁଯାୟୀ ଆନୁମାନିକ ତିନିଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଅଛି ବୋଲି ଜଣାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ପହଞ୍ଚି ଥିବା ବେଳେ କୌଣସି ବିଭାଗୀୟ ଅଧିକାରୀ ପହଞ୍ଚି ନଥିଲେ ବୋଲି ପଣ୍ଡା କହିଛନ୍ତି।  ଉକ୍ତ ପରିବାରକୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଦେବାପାଇଁ ଗ୍ରାମବାସୀ ମାନେ ଦାବି କରିଥିଲେ ।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *