ବଲାଙ୍ଗୀର ;ତା-୨୬/୦୬(ବିଏମସି ଟିଭି ଓଡ଼ିଆ)
ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ତତଲାଗଡ଼ ରୂପେ ଚିର ପରିଚିତ ଟିଟିଲାଗଡ଼ ପୌର ପରିଷଦ ଅଧୀନ ରେ ଥିବା ହାଟପଦା ଦୈନିକ ଓ ସାପ୍ତାହିକ ବଜାର ପରିସର ରେ ନିର୍ମିତ ଶୌଚାଳୟ ରେ ପାଣି ଅଭାବରୁ ବନ୍ଦ ହୋଇ ତାଲାଝୁଲିବା ନେଇ ସ୍ଥାନୀୟ ବଜାରବାସି ଙ୍କ ମଧ୍ୟରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଯେ, ସ୍ଥାନୀୟ ହାଟପଦା ବଜାର ରେ ନିର୍ମାଣ କାର୍ଯ୍ୟ ତଦାରଖ କରିବା କୁ ସ୍ଥାନୀୟ ବିଧାୟକ ନବୀନ ଜୈନ ବିଗତ ଦିନରେ ଆସିଥିଲେ । ଶୌଚାଳୟ ତୁରନ୍ତ କାର୍ଯ୍ୟକାରୀ କରିବା କୁ ଉକ୍ତ ହାଟପଦା ବଜାର ବାସି ଦାବିକରିବା ନେଇ ତୁରନ୍ତ ଉଦ୍ଘାଟନ କରାଯାଇଥିଲା । ହେଲେ ପୁନଃ କିଛିଦିନ ପରେ ଏହି ଶୌଚାଳୟ ବନ୍ଦ ହୋଇ ତାଲା ଝୁଲିବା ସାର ହୋଇଥିଲା । ଇତି ମଧ୍ୟ ରେ ଏହି ବନ୍ଦ ଶୌଚାଳୟ କୁ କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ଜଳ ସଙ୍କଟ ଯୋଗୁଁ ପୁନଃ ବନ୍ଦ କରାଯାଇଛି । ଏହି ଶୌଚାଳୟ କର୍ମଚାରୀ ଙ୍କୁ ତିନି ମାସ ଧରି ଦରମା ନ ମିଳି ଥିବା ତଥା ଜଳ ସଙ୍କଟ ଥିବା ରୁ ବାଧ୍ୟ ହୋଇ କର୍ମଚାରୀ ତାଲା ପକେଇ ଥିବା ପ୍ରକାଶ । ଏହି ବଜାର ର ଅନେକ ସମସ୍ୟା ଗୁଡିକ ଲାଗି ରହିଥିବା ବେଳେ ଏ ଦିଗରେ ବିଭାଗୀୟ ଅଧିକାରୀ, କର୍ମଚାରୀ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣ ରେ ଦୃଢ ଦାବି ହୋଇଛି ।
ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ।