ହାଇଟେକ ମେଡିକାଲ କଲେଜ ପରିସରରେ ଟ୍ରାନ୍ସଜେଣ୍ଡର ମାନଙ୍କ ପାଇଁ ସ୍ବଚ୍ଛ ଚିକିତ୍ସା ନିମନ୍ତେ   ଖୋଲିଲା  ‘ପୂର୍ଣ୍ଣତା’   କ୍ଲିନିକ।

ଭୁବନେଶ୍ୱର ; ତା-୨୬/୧୨ (ବିଏମସି ଟିଭି ଓଡ଼ିଆ )

  ଭୁବନେଶ୍ୱର ସ୍ଥିତ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ  ଓଡିଶା ଟ୍ରାନ୍ସଜେଣ୍ଡର ମହାସଂଘ ‘ସଖା’ ର ମିଳିତ ସହଯୋଗ ରେ ହାଇଟେକ ମେଡିକାଲ କଲେଜ ପରିସରରେ ଟ୍ରାନ୍ସଜେଣ୍ଡର ମାନଙ୍କ ପାଇଁ ସ୍ବଚ୍ଛ ଚିକିତ୍ସା ନିମନ୍ତେ ସମସ୍ତ ସୁବିଧା ଥାଇ  ଖୋଲିଲା  ‘ପୂର୍ଣ୍ଣତା’   କ୍ଲିନିକ ।  ଏହି  ଉସ୍ଚବରେ ହାଇଟେକ ଗୃପର ମ୍ୟାନେଜିଙ୍ଗ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ ଯୋଗ ଦେଇ କ୍ଲିନିକ ର ଶୁଭ ଉଦ୍ଦଘାଟନ କରିବା ସହ ସମାଜର ପ୍ରତିଟି ବର୍ଗର ଲୋକ ମାନଙ୍କ ପାଇଁ ଶିକ୍ଷା ଓ ସ୍ବାସ୍ଥ୍ଯ କ୍ଷେତ୍ରରେ ବୈପ୍ଲବିକ ପରିବତ୍ତନ ଆଣିବା ସହ ପ୍ରତ୍ୟେକଙ୍କୁ ଚିକିତ୍ସା କ୍ଷେତ୍ରରେ ସାହାଯ୍ୟ ସହଯୋଗର ହାତ ବଢ଼ାଇ ଆସିଥିବା ହାଇଟେକ ହସ୍ପିଟାଲରେ ଟ୍ରାନ୍ସଜେଣ୍ଡର ମାନଙ୍କ ପାଇଁ ଗୋଟିଏ ଛାତ ତଳେ ଚିକିତ୍ସା ପାଇଁ ସମସ୍ତ ସୁବିଧା ବ୍ୟବସ୍ଥା କରିଛନ୍ତି।

ଓଡିଶା ସରକାରଙ୍କ ଏସଏସଇପିଡ଼ି ସାମାଜିକ ସୁରକ୍ଷା ବିଭାଗର ଡେପୁଟି ସେକ୍ରେଟାରୀ ସନ୍ୟାସୀ ବେହେରା ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଏହି ଯୋଜନା କୁ ଓଡିଶା ସରକାରଙ୍କର ବିଏସକେୱାଇ  ଓ  ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର ଭୁକ୍ତ  କରି ସେମାନଙ୍କୁ ସ୍ବାସ୍ଥ୍ଯ କ୍ଷେତ୍ରରେ ସାହାଯ୍ୟ ସହଯୋଗ ହାତ ବଢାଇବା ପାଇଁ ଅନୁରୋଧ କରିଥିଲେ। 

ଏଥିରେ ହାଇଟେକ ଗୃପର ନିଦ୍ଦେର୍ଶକ ରାକେଶ କୁମାର ପାଣିଗ୍ରାହୀ, ବିଶିଷ୍ଟ ମାନସିକ ରୋଗ ଚିକିତ୍ସକ ଡାକ୍ତର ଅମ୍ରିତ୍ ପଟ୍ଟଯୋଶୀ, ପୂଣ୍ଣତା ର ସେକ୍ରେଟେରୀ ଡକ୍ଟର ଅଶୋକ ଆଚାର୍ଯ୍ୟ, ଓଡିଶା ଟ୍ରାନ୍ସଜେଣ୍ଡର କଲ୍ୟାଣ ଟ୍ରଷ୍ଟ ର ଫାଉଣ୍ଡର ମୀରା ପରିଡା ଯୋଗ ଦେଇ ଟ୍ରାନ୍ସଜେଣ୍ଡର ମାନଙ୍କର ସମସ୍ତ ସ୍ବାସ୍ଥ୍ଯ ଚିକିତ୍ସା ସୁବିଧା ଗୋଟିଏ ଜାଗାରେ କରାଯାଇ ଥିବାରୁ ଖୁସି ମତ ବ୍ଯକ୍ତ କରିଥିଲେ। ଏଥିରେ ସ୍ବାସ୍ଥ୍ଯ କ୍ଷେତ୍ରରେ ସମସ୍ତ ଆମୁଳଚୂଳ ଚିକିତ୍ସା ଉପଲବ୍ଧ ହେବ ବୋଲି ଡାକ୍ତର ତିରୁପତି ପାଣିଗ୍ରାହୀ  ସମସ୍ତଙ୍କୁ ଜଣାଇ ଅଛନ୍ତି।

ଭୁବନେଶ୍ୱର ରୁ ସିଟି ରିପୋର୍ଟର ପ୍ରିୟଙ୍କା ବେହେରାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।

Leave a Reply

Your email address will not be published. Required fields are marked *