ମା ମଙ୍ଗଳାଙ୍କ ଚତୁର୍ଥ ପାଳି ଯାତ୍ରାରେ ରାଇରଙ୍ଗପୁର ଉତ୍ସବମୁଖର ।

ରାଇରଙ୍ଗପୁର ;ତା-୦୯/୦୪(ବିଏମସି ଟିଭି ଓଡ଼ିଆ)

ଆସ୍ଥା ଓ ବିଶ୍ବାସର ପ୍ରତୀକ ମା ମଙ୍ଗଳା ।ସେ ଭକ୍ତର ମନୋବାଞ୍ଛା ପୂରଣ କରିଥାନ୍ତି । ମାଙ୍କ ବିଶ୍ବାସରେ ଲୋକେ ମାନସିକ ରଖିଥାନ୍ତି ଏବଂ ତାହାର ଫଳ ମଧ୍ଯ ପାଇଥାନ୍ତି । ଏହି ଆଶାଭରସାରେ ମାଙ୍କ କରୁଣାର ବାରିଧାରା ସମସ୍ତଙ୍କ ଉପରେ ବର୍ଷି ପଡୁଛି । ଚୈତ୍ର ମାସର ଚତୁର୍ଥ ବା ଶେଷ ମଙ୍ଗଳବାର । ପାରମ୍ପରିକ ପ୍ରଥାନୁସାରେ, ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରରେ ମାଙ୍କ ଆସ୍ଥାନରେ ପାଳିତ ହୋଇଛି ଚତୁର୍ଥ ପାଳିଯାତ୍ରା ।

ସ୍ଥାନୀୟ ମହୁଲଡିହାଁ ଅଧିନସ୍ତ ବଡବନ୍ଧ ଠାରୁ ମାଙ୍କ ଘଟ ଉତ୍ତୋଳନ ପରେ ବିରାଟ ଶୋଭାଯାତ୍ରାରେ ବାହାରି ରାଇରଙ୍ଗପୁର ନଗର ଅଭିମୁଖେ ଯାତ୍ରା କରିଥିଲା ।ଲୋକେ ନିଜର ମାନସିକ ଶୌଧ କରିବା ପାଇଁ ମାଙ୍କ ଠାରେ କୁକୁଡା, ହଂସ, ଛେଳି, ପାରା, ବଣି, ବାଦୁଡି ଆଦି ବଳି ପକାଇଥିଲେ । ସାହିରେ ଲୋକେ ଦୀପ, ଧୂପ, ନଡିଆ, କଦଳୀ, ଲଡୁ, ଖଇ, ଉଖୁଡା ନାନାପ୍ରକାର ପ୍ରସାଦ ଚଢାଇଥିଲେ । ଘଣ୍ଟଘଣ୍ଟି ମାଦଳ, ନୁତ୍ଯର ତାଳେ ତାଳେ ରାଇରଙ୍ଗପୁର ସାହିବସ୍ତି ଦୁଦୁଲି ଉଠିଥିଲା ।ଉକ୍ତ ବିରାଟ ପଟୁଆରରେ ମାଙ୍କ ଦାସୀ, ସେବାୟତ ତଥା ଭକ୍ତମାନଙ୍କର ନାହିଁ ନ ଥିବା ଭିଡ ପରିଲକ୍ଷିତ ହୋଇଥିଲା ।

ରାଇରଙ୍ଗପୁର ୱାର୍ଡ ନଂ ୪ କୁଚେଇବୁଢୀ ତଳସାହି ର କଣ୍ଟୋଲ ଦୋକାନ ପାଖ ମାଙ୍କ ଆସ୍ଥାନରେ ସ୍ବର୍ଗୀୟ ଗୋପାଳ ବେହେରା, କ୍ଷିତିଶ ବେହେରା, ଆଦିତ୍ଯ ବେହେରା, ଅମର ବେହେରା, ଅରୁଣ କୁମାର ମୁଖୀ, ମଂଜୁ ବେହେରା, ମନିକା ବେହେରା, ବୁଲୁ ବେହେରା, ସରସ୍ବତୀ ବେହେରା, ସୂରଜ ବେହେରା, ଗେଲି ବେହେରା ଓ ରାମଚନ୍ଦ୍ର ବେହେରା ପ୍ରମୁଖ ପୂଜାକର୍ମକାଣ୍ଡରେ ସହଯୋଗ କରିଥିଲା ବେଳେ ଲକ୍ଷ୍ମୀ ମନ୍ଦିର ନିକଟସ୍ତ ମାଙ୍କ ଆସ୍ଥାନରେ ସ୍ବର୍ଗୀୟ ଛୁଟୁ ବେହେରା, ବିନୋଦ ବେହେରା, ଜଗନ୍ନାଥ ବେହେରା, ନାରାୟଣ ବେହେରା, ସୁବ୍ରତ ବେହେରା, ଗୋବିନ୍ଦ ବେହେରା, ସ୍ବରାଜ ବେହେରା, ପ୍ରିତି ବେହେରା, ଚିତ୍ରାଂଶ, ଦେବସ୍ମିତା, ଦେବାଶିଷ, ଅନୁରାଧା, ମଂଜୁ, ମେନକା ଓ ସିନୁ ପ୍ରମୁଖ ପୂଜାକର୍ମକାଣ୍ଡ ପରିଚାଳନାରେ ସହଯୋଗ କରିଥିଲେ ।

ସେମାନଙ୍କ କହିବାନୁଯାୟୀ, ମାଙ୍କ ପୂଜାର୍ଚ୍ଚନା ବହୁକାଳରୁ ଚାଲିଆସିଛି । ଏହାର ସୁଫଳ ମଧ୍ଯ ମିଳିଛି ତଥା ଭକ୍ତମାନଙ୍କର ମନୋବାଞ୍ଛା ପୂରଣ ହୋଇପାରୁଛି । ଏହି ଭାବମୟ ଓ ଉକ୍ତିମୟ ପରିବେଶରେ ରାଇରଙ୍ଗପୁର ସହରର ସମସ୍ତ ଗଳିସାହିରେ ଦାଣ୍ଡଦୁଆର ଗୋବରରେ ଲିପାପୋଛା କରାଯାଇଥିଲା । ମା ସେମାନଙ୍କ ଦୁଆର କୁ ଆସିବା ମାତ୍ରେ ଭକ୍ତମାନେ ନାନା ପ୍ରକାର ଫୁଲ, ଦୀପ, ଧୂପ ଓ ଭୋଗ ସାମଗ୍ରୀରେ ମାଙ୍କୁ ଆରଧନା କରିଥିଲେ । ମା କରୁଣାମୟୀ, ସେ ଭକ୍ତର ଭକ୍ତିରେ ପ୍ରସନ୍ନ ହୋଇ ଶୁଭାଶିଷ ପ୍ରଦାନ କରିଥାନ୍ତି ।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *