ସମ୍ବଲପୁର-ତା-୦୪/୦୩(ବିଏମସି ଟିଭି ଓଡିଆ)
ବରପାଲି ନିକଟସ୍ଥ କଦଳୀପାଲିର ଆଇଏସଟିୱାୟୀ ଶାଖା ପକ୍ଷରୁ ବାରଗୁଡାଠାରେ ରାମକୃଷ୍ଣ ପରମହଂସଙ୍କ ୧୮୯ ତମ ଜୟନ୍ତୀ ପାଳିତ ହୋଇଛି। ପ୍ରାରମ୍ଭରେ ରାମକୃଷ୍ଣଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ଦ୍ଵୀପ ପ୍ରଜ୍ବଳନ କରାଯିବା ପରେ ଭକ୍ତମାନଙ୍କ ପକ୍ଷରୁ ଗୁରୁଜୀ ଓ ଗୁରୁ ମା ଙ୍କ ପଦ ଧୌତ କରାଯାଇଥିଲା । ଆତ୍ମ ବିଶ୍ୱାସ ଓ ଗୁରୁ ଭକ୍ତି ଦ୍ଵାରା ହିଁ ଭଗବତ ପ୍ରାପ୍ତି ସମ୍ଭବ ବୋଲି ଗୁରୁମା ପ୍ରକାଶ କରିଥିଲେ। ସାଧକ ବଳବନ୍ତ ଛତ୍ରିଆ, ଭଗବାନ ଭୁଏ, ମହେନ୍ଦ୍ର ମାହାନା ପ୍ରମୁଖ ରାମକୃଷ୍ଣଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ଶେଷରେ ସଞ୍ଜୟ ପ୍ରଧାନ, ଅଶୋକ ପ୍ରଧାନ, କୈଳାଶ କର୍ଣ୍ଣ, ମମତା ବିଶି, ବାସନ୍ତୀ ସାହୁ ପ୍ରମୁଖ ଭଜନ ପରିବେଷଣ କରିଥିଲେ।କାର୍ଯକ୍ରମକୁ ଧନପତି ବିଶି ସଂଯୋଜନା କରିଥିବା ବେଳେ ଅମୃତଲାଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।