ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ସକାଶେ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ।


ସମ୍ବଲପୁର ;ତା-୨୪/୦୧(ବିଏମସି ଟିଭି ଓଡିଆ)

ଯୁଯୋମୁରା ବ୍ଲକ ଜୟନ୍ତପୁର ପଞ୍ଚାୟତ ଅନ୍ତର୍ଗତ ପଣ୍ଡୁପାଲି ଠାରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଅବସରରେ ଗୁରୁବାର ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପ୍ରତିଷ୍ଠାର କର୍ତ୍ତା ଶ୍ରୀମତୀ ହରିପ୍ରିୟା ସାମଲ ଓ ଆଶିଷ ସାମଲ ଏବଂ ନାମଯଂଜ୍ଞ କର୍ତ୍ତା ଅଶୋକ ସାମଲ ଏବଂ ତାଙ୍କ ଧର୍ମପତ୍ନୀ ଉତ୍ତରୀ ସାମଲ ପୂଜାର୍ଚ୍ଚନା ପୂର୍ବକ ମନ୍ଦିରର ରତ୍ନମୁଦ ପାଇଁ ସୁନା, ରୂପା ସହ ବିଭିନ୍ନ ଧାତୁ ଓ ଧାନ ଭର୍ତ୍ତି କରି ମନ୍ଦିରର ଚୂଡା ପୂର୍ଣ୍ଣ କରିଥିଲେ । ପଣ୍ଡୁପାଲି ସମେତ ବିଭିନ୍ନ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁ, ଭକ୍ତଙ୍କ ଦ୍ୱାରା ରତ୍ନମୁଦ ପାଇଁ ଧାନ ଓ ଧାତୁ ତଥା ମୁଦ୍ରା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅଷ୍ଟ ପ୍ରହରୀ ନାମଯଂଜ୍ଞ ଏବଂ ମନ୍ଦିର ପ୍ରତିଷ୍ଠା ପାଇଁ ଗୋଧୂଳି ଲଗ୍ନେ କଳସ ଯାତ୍ରା କରାଯାଇ ଗ୍ରାମ୍ୟ ପୋଖରୀରୁ ଵିଧି ମୁତାବକ ଜଳ ଅଣା ଯାଇଥିଲା ।

ସନ୍ଧ୍ୟାରେ ମାନେଶ୍ଵର ଚାନ୍ଦମୁଣ୍ଡାର କୃଷ୍ଣଗୁରୁ ଭଜନ ପରିବେଷଣ କରାଯାଇଥିଲା । ୨୪ ତାରିଖ (ଶୁକ୍ରବାର) ଦେବତା ପୂଜା ଓ ମଣ୍ଡପ ପୂଜା, ୨୫ ତାରିଖ (ଶନିବାର) ଦେବତା ପ୍ରତିଷ୍ଠା, ନାମାରମ୍ଭ ଏବଂ ୨୬ ତାରିଖ (ରବିବାର) ମନ୍ଦିର ପ୍ରତିଷ୍ଠା, ପୂର୍ଣାହୁତି, ଅପରାହ୍ନ ୧.୦୦ ଘ. ରୁ ଉଦଣ୍ଡ କୀର୍ତ୍ତନ (ମହିଳା) ପରମାଣପୁର ଏବଂ ଟିହିକିପାଲି ଏବଂ ସନ୍ଧ୍ୟାରେ ତୋରା (ବରଗଡ଼) ଏବଂ ଦୁଲମପୁର (ବରଗଡ଼) ର ରଙ୍ଗୀନ କୃଷ୍ଣଗୁରୁ ଅନୁଷ୍ଠିତ ହେବ। ପୂଜକ ନରୋତ୍ତମ ଧର, ରଞ୍ଜନ କୁମାର କର, ଅରବିନ୍ଦ ବିଶ୍ୱାଳ, ଦୁଃଖନାଶନ କର, ପ୍ରଶାନ୍ତ କୁମାର ନାୟକ ଓ ସହଯୋଗୀ ପୂଜାର୍ଚ୍ଚନା କରୁଛନ୍ତି। ଉପସ୍ଥିତ ସମସ୍ତ ଭକ୍ତଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ କମିଟିର ସଭାପତି ରମଣୀ ରଞ୍ଜନ ସାମଲ, ସମ୍ପାଦକ ଆନନ୍ଦ କୁମାର ସାମଲ ତଥା ସମ୍ଭୁ ଚରଣ ପ୍ରଧାନ, ପ୍ରଦୀପ ଭୋଇ, ବିନୋଦ କୁମାର ସାମଲ, ପୁଟୁ ଭୋଇ, ପ୍ରଫୁଳ୍ଲ ବାଗ, ଯଦୁ ପାଣ୍ଡେ, ଅସାଧୁ ତରିଆ ପ୍ରମୁଖ ସହଯୋଗୀମାନେ ପରିଚାଳନା କରୁଛନ୍ତି।



ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *