ରାୟଗଡ଼ା ରେ ବିଷୟ -ଧରତୀ ଆବା ଭଗବାନ ବିର୍ଷାମୁଣ୍ଡ ଙ୍କ ୧୨୫ ତମ ସହିଦ୍ ଦିବସ ପାଳନ



ରାୟଗଡ଼ା : ତା : ୧୦/୦୬/୨୫ (ବିଏମସି ଟିଭି ଓଡ଼ିଆ)


ଧରତୀ ଆବା ଭଗବାନ ବିର୍ଷାମୁଣ୍ଡ ଙ୍କ ୧୨୫ ତମ ସହିଦ୍ ଦିବସ ରାୟଗଡ଼ା ନଗରର ରାମଚନ୍ଦ୍ରପୁର ଗ୍ରାମ ,ୱାର୍ଡ଼ ନମ୍ବର ୧ ଠାରେ ନଗର ସଭାପତି ରାଜେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଧରତୀ ଆବା ଭଗବାନ ବିର୍ଷାମୁଣ୍ଡଙ୍କ ୧୨୫ ତମ ସହିଦ୍ ଦିବସ
ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ  ପୂର୍ବତନ ନଗର ସଭାନେତ୍ରୀ ଶ୍ରୀମତୀ ମଞ୍ଜୁଳା ମିଣିଆକା ଉପସ୍ଥିତ ରହି ବିର୍ସା ମୁଣ୍ଡାଙ୍କ ସଂଗ୍ରାମ ଯାତ୍ରା ର ଗାଥା ଆଲୋକପାତ କରିଥିଲେ,  ବିର୍ସା ମୁଣ୍ଡା ଙ୍କ ଜନ୍ମ ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚି ଜିଲ୍ଲା ର ଉଲିହାତୁ ଠାରେ ୧୯୭୫ ମସିହା ନଭେମ୍ବର ୧୫ ତାରିଖରେ ହେଇଥିଲା ,ବିର୍ସା ମୁଣ୍ଡା ନିଜ ବାଲ୍ୟ କାଳରେ ଶିକ୍ଷ୍ୟା କ୍ଷେତ୍ରରୁ ହିଁ ସଂଗ୍ରାମ ର ରାସ୍ତା ଆପଣେଇବାକୁ ପସନ୍ଦ କରିଥଲେ, ତତ୍କାଳୀନ ଇଂରେଜ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହିତ ମୁଣ୍ଡା ସମାଜ କୁ ଏକତ୍ରିତ କରିବାର ଭୂମିକା ଗ୍ରହଣ କରିଥଲେ। ଧରତୀ ଆବା ବିର୍ସା ମୁଣ୍ଡାଙ୍କ ଅସ୍ତ୍ର ଥିଲା ଧନୁ ତିର, ସ୍ୱଦେଶୀ କୁ ଆପଣେଇବାକୁ ସେ ପସନ୍ଦ କରୁଥିଲେ, ମୁଣ୍ଡା ସମାଜ ପାଇଁ ଦୀର୍ଘ ଦିନ ଲଢ଼େଇ କରି ଇଂରେଜ ସରକାରଙ୍କ ଦ୍ୱାରା ବନ୍ଦୀ ହେଇ କାରାଗାର ଜୀବନ କଟାଇଥିଲେ ଏବଂ ପରବର୍ତ୍ତୀ ସମୟରେ ୧୯୯୦ ମସିହା ଜୁନ୍ ମାସ ୯ ତାରିଖରେ ମୃତ୍ୟୁ ବରଣ କରିଥିଲେ । ଜଣେ ସ୍ଵାଧୀନ ସଂଗ୍ରାମୀ ଭାବେ ବିର୍ସା ମୁଣ୍ଡା ଖୁବ୍ ଜଣାଶୁଣା । ଆଦିବାସୀ ସମାଜ ସବୁବେଳେ ଭଗବାନ ବିର୍ସା ମୁଣ୍ଡାଙ୍କୁ ମନେ ରଖିବେ ବୋଲି ଶ୍ରୀମତୀ ମଞ୍ଜୁଳା ମିଣିଆକା କହିଥିଲେ , ସଭା ଶେଷରେ ବିର୍ସା ମୁଣ୍ଡା ଅମର ରହେ ବୋଲି ନାରା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ବାସିନ୍ଦା ଉପସ୍ଥିତ ଥିବା ସହିତ ଅଧିକ ସଂଖ୍ୟାରେ ମହିଳା ମାନେ ଉପସ୍ଥିତ ଥିଲେ,ଉକ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଆଦିବାସୀ ନେତୃମଣ୍ଡଳୀ , ରାୟଗଡ଼ା ନଗରର ଉପସଭାପତି ରାମ କୃଷ୍ଣ ପାଣିଗ୍ରାହୀ,ପୁର୍ବତନ ସାଧାରଣ ସମ୍ପାଦିକା ଝରଣା ପାଣି, ବୁଥ ସଭାପତି ରାକେଶ ପଢ଼ି, ଅଜୟ ତରାପୁ, ରାଜେନ୍ଦ୍ର ବିଡିକା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।

ରାୟଗଡ଼ା ଜିଲ୍ଲାରୁ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।

Leave a Reply

Your email address will not be published. Required fields are marked *