ରାଇରଙ୍ଗପୁର ; ତା-୨୩/୦୨(ବିଏମସି ଟିଭି ଓଡ଼ିଆ)
ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧିନସ୍ତ ଗଢ ଗ୍ରାମରେ ବିରାଜମାନ ଶ୍ରୀ ଶ୍ରୀ ଐଶାନେଶ୍ବର ମହାଦେବ ମନ୍ଦିରର ପୁନଃ ନିର୍ମାଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ସୂଚନାଯୋଗ୍ଯ, ଗତ ୧୯ ଫେବୃୟାରୀ ଦିନ ଅଙ୍କୁରାରୋପଣ, ମଣ୍ଡଳକରଣ ଅଧିବାସ, ୨୦ ତାରିଖ ଦିନ ସ୍ଥାନୀୟ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟସ୍ତ ଖଟଖାଇ ନଦୀ କୂଳରୁ ୧୦୦୮ କଳସରେ ପୁରୁଷ ଓ ମହିଳାମାନଙ୍କ ସାହଚଯ୍ଯରେ ଜଳଯାତ୍ରା, ଶାଳାରେ ଦେବତାମାନଙ୍କ ଆବାହନ, ସ୍ଥାପନ, ପୂଜନ, ମନ୍ତ୍ରଜପ, ଅଗ୍ନିସଂସ୍କାର, ଆରତୀ, ପୁଷ୍ପାଞ୍ଜଳି, ୨୧ ତାରିଖ ଦିନ ପ୍ରାତଃ ସୂର୍ଯ୍ଯପୂଜା, ଗୁରୁପୂଜା, ଧରିତ୍ରୀପୂଜା, ମହାସ୍ନାନ, ଶୟନ, ଦେବତାମାନଙ୍କର ପ୍ରାଣପ୍ରତିଷ୍ଠା, ୨୨ ତାରିଖ ଦିନ ଦେବତାମାନଙ୍କର ଆସ୍ଥାନରେ ବିରାଜମାନ, ଆରତୀ, ପୁଷ୍ପାଞ୍ଜଳୀ ଏବଂ ୨୩ ତାରିଖ ଦିନ ଯଥାବିଧି ପୂଜାକର୍ମକାଣ୍ଡ, ଯଜ୍ଞକାଣ୍ଡ, ଗୀତାହୋମ, ପୂର୍ଣ୍ଣାହୁତି, ଆରତୀ, ଭଜନ, ପୁଷ୍ପାଞ୍ଜଳି ଆୟୋଜିତ ହୋଇଥିଲା ।

ଉଲ୍ଲେଖଯୋଗ୍ଯ, ଅତୀତରେ ମା କିଚକେଶ୍ବରୀ ମନ୍ଦିର ବଜ୍ରପାତରେ ଖଣ୍ଡବିଖଣ୍ଡିତ ହୋଇପଡିଥିଲା । ଉକ୍ତ ମନ୍ଦିରରେ ପୁନଃ ବିନ୍ଯାସ ଆବଶ୍ଯକ ହେଉଥିଲା ।ଉକ୍ତ ଶ୍ରୀ ଶ୍ରୀ ଐଶାନେଶ୍ବର ମହାଦେବ ମନ୍ଦିରର ପୁନଃ ନିର୍ମାଣ କାର୍ଯ୍ଯକ୍ରମରେ ମା କିଚକେଶ୍ବର ମନ୍ଦିରର ପୁନଃ ସ୍ଥାପନ କରାଯାଇଥିଲା ।ଏହି ମନ୍ଦିର ପୁନଃ ନିର୍ମାଣର ଯଜ୍ଞକାଣ୍ଡରେ ସୁଦୂର ଶ୍ରୀକ୍ଷେତ୍ର ପୁରୀର ପଣ୍ଡିତଗଣ ସତ୍ଯ ନାରାୟଣ ତ୍ରିପାଠୀ, ରୂପକ ହୋତା, ଶ୍ରୀକାନ୍ତ ନନ୍ଦ, ରାଧାକାନ୍ତ ଷଡଙ୍ଗୀ, ସ୍ଥାନୀୟ ପଣ୍ଡିତଗଣ ଦେବବ୍ରତ ରଥ ମହାପାତ୍ର, ପ୍ରସନ୍ନ ଷଡଙ୍ଗୀ, ପ୍ରତାପ ଚନ୍ଦ୍ର ମିଶ୍ର ଓ ରଶ୍ମିରଂଜନ ରଥ ଯୋଗ ଦେଇଥିଲାବେଳେ କର୍ତ୍ତାକର୍ତ୍ତୀ ଭାବେ ବୁଧିଆ ସାହୁ, କାଳୀଚରଣ ସାହୁ ଓ ସୁବ୍ରତ କୁମାର ବେହେରା ଓ ସେମାନଙ୍କର ସପତ୍ନିକ ଯଜ୍ଞବେଦୀରେ ଉପବେସନ କରିଥିଲେ । ଏଥିରେ ମନ୍ଦିର ପରିସରର ଭବ୍ଯ ଦେବଦେବୀମାନଙ୍କର ସ୍ଥାପନ କରାଯିବା ସହିତ ମନ୍ଦିର ପରିସରରେ ଚବିଶ ପ୍ରହର ହରିନାମ ସଂକୀର୍ତ୍ତନ ବାବା ଐଶାନେଶ୍ବର ମହାଦେବ ପୂଜା କମିଟୀ ପକ୍ଷରୁ ଆୟୋଜିତ ହୋଇଥିଲା । ଏଥିରେ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଅନ୍ନ ପ୍ରସାଦ ବ୍ଯବସ୍ଥା କରାଯାଇଥିଲା । ଏଥିରେ ମନ୍ଦିର କମିଟୀର ସମସ୍ତ ସଦସ୍ଯଗଣ ପରିଚାଳନାରେ ସାହାଯ୍ଯ ଓ ସହଯୋଗ କରିଥିଲେ ।

ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।