ମହୁଲପାଲିରେ ନିଷ୍ଠା ପରିବାରର ରେଡ ଡ୍ରପ ମାରାଥନ୍।

ସମ୍ବଲପୁର ;ତା-୦୩/୦୧(ବିଏମସି ଟିଭି ଓଡିଆ)

ବରପାଲି ବ୍ଲକ ଅନ୍ତର୍ଗତ ମହୁଲପାଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନିଷ୍ଠା ପରିବାର ପକ୍ଷରୁ ଆୟୋଜିତ ରେଡ ଡ୍ରପ ମାରାଥନ୍ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ତୃତୀୟ ଦିବସରେ ଆୟୋଜିତ ରକ୍ତଦାନ ଶିବିର ମହୁଲପାଲି ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ଶିବିରକୁ ମହୁଲପାଲି ସରପଞ୍ଚ ରବିନ୍ଦ୍ର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିରକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶିବିରରୁ ସର୍ବମୋଟ ୩୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସୁନିଲ ବିଭାର, ବିକ୍ରମ ବିଭାର, ସୁକେଶ ବାଗ ,ମିଥୁନ ବିଶ୍ବାଳ ,ଅଜିତ ପ୍ରଧାନ ଓ ନିଷ୍ଠା ପରିବାରର ସମସ୍ତ ସଦସ୍ୟ ସଦସ୍ୟାଙ୍କ ସହଯୋଗରେ ଶିବିର ପରିଚାଳିତ ହୋଇଥିଲା। ଏହି ପରିପେକ୍ଷୀରେ ନିଷ୍ଠା ପରିବାର ଏହି ନିଃସ୍ବାର୍ଥପର କାର୍ଯ୍ଯର ସଫଳତା ପାଇଁ ସରପଞ୍ଚ ରବିନ୍ଦ୍ର ଭୋଇ ଓ ମହୁଲପାଲି ପଞ୍ଚାୟତ ବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *