ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର।

ନୟାଗଡ ;ତା-୩୦/୦୫(ବିଏମସି ଟିଭି ଓଡ଼ିଆ)

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ଗ୍ରାମପଞ୍ଚାୟତ ବୁଗୁଡା କଲେଜ ସମ୍ମୁଖରେ ଥିବା ବିଶ୍ରାମାଗାର ଗୃହରେ ଜଣେ ଅପରିଚିତ ବୃଦ୍ଧଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ମୃତ ବୃଦ୍ଧ ଙ୍କୁ ଦେଖିବା ସହିତ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ଶବକୁ ଜବତ କରିଥିଲେ। ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ଶବବ୍ୟବଚ୍ଛେଦ କରାଯାଇ ଥିଲା। ଘଟଣାପ୍ରକାଶ ଥାଉକି ଏହି ବୃଦ୍ଧ ବ୍ୟକ୍ତି ଜଣକ ଗତ କିଛିଦିନ ଧରି ଏହି ଅଂଚଳ ରୁ ମାଗିଯାଚି ଖାଇ ବିଶ୍ରାମାଗାର ଗୃହରେ ରହୁଥିଲେ ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *