ବିଦ୍ୟୁତ କାଟ ରେ ଅତିଷ୍ଟ ଘୁଗୁଡ଼ିପଡ଼ା ଗ୍ରାମବାସୀ




ଦଶପଲ୍ଲା :-୦୬/୦୬/୨୫ (ବିଏମସି ନ୍ୟୁଜ ଓଡ଼ିଆ)

ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ରେ ବିଦ୍ୟୁତ କାଟ ଯୋଗୁଁ ଲୋକମାନେ ଅତିଷ୍ଟ ହୋଇପଡିଲେଣି। ସରକାର ଟାଟା କମ୍ପାନୀ କୁ ବିଦ୍ୟୁତ ବିଭାଗ କୁ ଦାୟିତ୍ୱ ନିଜ ମୁଣ୍ଡରୁ ଉଠାଇଦେଇଥିବା ବେଳେ ଦଶପଲ୍ଲା ଅଂଚଳ ରେ ବାରମ୍ବାର ଲାଇନ କାଟିବା ଏକ ପ୍ରହସନ ରେ ପରିଣତ ହେଲାଣି। ଅଳ୍ପ ବର୍ଷା ହେଉ ଅବା ପବନ, ଅଳ୍ପ ବିଜୁଳି ମାରିଲେ ମଧ୍ୟ ଘଣ୍ଟା ଘଣ୍ଟା ଲାଇନ କଟୁଛି। ତେବେ ଶୁକ୍ରବାର ଦିନ ଘୁଗୁଡ଼ିପଡ଼ା ଗ୍ରାମବାସୀ ଓ ସରପଞ୍ଚ ବିଦ୍ୟୁତ କାଟ ଓ ତାର ପ୍ରତିକାର ସମ୍ବନ୍ଧରେ ଏକ ଲିଖିତ ଅଭିଯୋଗ ତଥା ସମସ୍ୟା ର ସମାଧାନ ଦିଗ ଜଣାଇଛନ୍ତି। ଅଧିକାଂଶ ସମୟରେ ଲାଇନ ରହୁ ନ ଥିବାରୁ ଏହି ଘୁଗୁଡ଼ିପଡ଼ା ର ଶତାଧିକ ଗ୍ରାମବାସୀ ବୃନ୍ଦ ଦଶପଲ୍ଲା ଇଲେକ୍ଟ୍ରି ଅଫିସ କୁ ଆସି ଇଲେକ୍ଟ୍ରି ଏସ ଡି ଓ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ତେବେ ତାଙ୍କ ଗ୍ରାମକୁ ଟାକେରା ଗ୍ରୀଡ଼ ରୁ ଲାଇନ ଆସିଥିବା ହେତୁ ଲାଇନ ଅଧିକ ସମୟ କଟୁଛି ବୋଲି ଅଭିଯୋଗ କରିବା ସହ ଲାଇନ ଟି ଗୁରିଆବାରୀ ଗ୍ରାମ ଠାରୁ ଦଶପଲ୍ଲା ଗ୍ରୀଡ଼ ର କନେକ୍ସନ ଦେବାକୁ ମଧ୍ୟ୍ୟ ଦାବୀ କରିଛନ୍ତି। ଏହା ନ ହେଲେ ଆଗାମୀ ଦିନରେ ଇଲେକ୍ଟ୍ରି ଅଫିସ ଘେରାଉ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ତେବେ ବିଭାଗ ଅଧିକାରୀ ମଧ୍ୟ ସେମାନଙ୍କର ଲିଖିତ ଅଭିଯୋଗ କୁ ଗ୍ରହଣ କରି ତାର ବିହିତ ସମାଧାନ କରିବେ ବୋଲି କହିଛନ୍ତି ବୋଲି ଗ୍ରାମବାସୀ ମତ ରଖିଛନ୍ତି।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।

Leave a Reply

Your email address will not be published. Required fields are marked *