ଅବସରପ୍ରାପ୍ତ କୃଷି ବିଭାଗ ଅଧିକାରୀ ଙ୍କ ଦେହାନ୍ତ।

ନୟାଗଡ ;ତା-୨୨/୦୪(ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲା ଏନ ଏ ସି ଅନ୍ତର୍ଗତ ୧୦ନମ୍ୱର ୱାର୍ଡ଼ ହରିଡ଼ାବାଡି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅବସରପ୍ରାପ୍ତ କୃଷି ବିଭାଗର ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ ଙ୍କ ହୃଦଘାତ ରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ୬୧ ବର୍ଷ ହୋଇଥିଲା।ତାଙ୍କର ଶାନ୍ତ, ସରଳ ସ୍ଵଭାଵ, ସହଯୋଗ ଗୁଣ, ମିଷ୍ଟଭାସି ଲାଗି ସେ ସବୁଠି ବେଶ ଜଣାଶୁଣା। ମନରେ କୌଣସି ଗର୍ବ, ଅହଂକାର, ହିଂସା ଇର୍ଷା ଆଦି ନ ଥିବା ବେଳେ ପରୋପକାର କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ତାଙ୍କର ମୃତ୍ୟୁରେ ସାରା ଦଶପଲ୍ଲା ତଥା ଆଖପାଖ ଅଂଚଳ ରେ ଶୋକର ଛାୟା ଖେଳିଯାଇଛି।ସୂଚନା ଯୋଗ୍ୟ ଯେ ଶ୍ରୀ ପାଣିଗ୍ରାହୀ ଙ୍କ ଘର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗଣିଆ ବ୍ଲକ ରାସଙ୍ଗ ଗ୍ରାମରେ ଅବସ୍ଥିତ।

ସେ ଦଶପଲ୍ଲା ରେ ବସବାସ କରୁଥିଲେ।ତାଙ୍କ ମରଶରୀରକୁ ନିଜ ଗ୍ରାମ ପତଣ୍ଡାରେ ସବସତ୍କାର କରାଯାଇଥିଲା।ତାଙ୍କର ଏକମାତ୍ର ପୁତ୍ର ଯୋଦ୍ଧାଜିତ ପାଣିଗ୍ରାହୀ ମୁଖାଗ୍ନି ଦେଇଥିବା ବେଳେ ଭାଇ ଶରତ କୁମାର ପାଣିଗ୍ରାହୀ ,କନ୍ଧମାଳସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ପ୍ରଶାନ୍ତ କୁମାର ପାଣିଗ୍ରାହୀ,, ବିଭୁତି ଭୂଷଣ ପଣ୍ଡା, ଭଉଣୀ ସଂଯୁକ୍ତା ପଣ୍ଡାଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନ ଅନ୍ତିମ ସତ୍କାର କ୍ରିୟାରେ ସାମିଲ ହୋଇଥିଲେ ।ଏହି ଦୁଃଖଦ ଖବର ଶୁଣି ଦଶପଲ୍ଲା ନିର୍ବାଚନର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ଗଣିଆ ବ୍ଲକ ଅଧକ୍ଷା ଝୁନା ଜେନା, ଗଣିଆବ୍ଲକ ବିଜେପି ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର, ମଧ୍ୟଖଣ୍ଡ ମଣ୍ଡଳ ସଭାପତି ଭାଗ୍ୟାଲଷ୍ମୀ ଦାସ, ଗଣିଆ ଲଙ୍କାପୋଡ଼ିଯାତ୍ରା କମିଟିର ସଭାପତି ବିଜୟ କୁମାର ସାହୁ ସାଂସଦଙ୍କ ଗଣିଆ ବ୍ଲକ ପ୍ରତିନିଧି ଶରତ କୁମାର କର, ସାଂସଦ ଙ୍କ ଦଶପଲ୍ଲା ବ୍ଲକ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା ଓ ଏନ ଏ ସି ପ୍ରତିନିଧି ଅଞ୍ଜନ ଦାସ ଙ୍କ ସମେତ ବହୁ କନ୍ଧମାଳ ଓ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବହୁ ବିଜେପି କାଯ୍ୟକର୍ତ୍ତା ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶୋକବ୍ୟକ୍ତ କରିଛନ୍ତି।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *