ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଷମକଟକ ଗୋଷ୍ଠି ଶିକ୍ଷାଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ।

ବିଷମକଟକ ; ତା-୩୦/୦୪  ( ବିଏମସି ଟିଭି ଓଡ଼ିଆ )

ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଗୋଷ୍ଠି ଶିକ୍ଷାଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ଗୋଷ୍ଠି ଶିକ୍ଷା ଅଧିକାରୀ ନବୀନ ଚନ୍ଦ୍ର ଖରା ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବଟି ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।

ଏହି ଉତ୍ସବଟିରେ ଶିକ୍ଷକ ମୁରଲୀଧର ବେହେରା ଙ୍କ ପରିଚାଳନା ରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ଖାରବେଳେ ନଗର ଭୁବନେଶ୍ୱର, ବିଷମକଟକ ଶାଖା ତରଫରୁ ବିଷମକଟକ ବ୍ଲକ ଶିକ୍ଷକ ସଙ୍ଘର ସଭାପତି ଶିବ ପ୍ରସାଦ ପାଢ଼ୀ, ଉପସଭାପତି  ବିଜୟଲଷ୍ମୀ ପଣ୍ଡା,ଉପ ସଭାପତି  ପ୍ରମୋଦ ରଥ, ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ  ହେମନ୍ତ ଦୀପ, BRC ମାଧବ ସାରକା, ABO ସୋମନାଥ ବାଡକା, ସହ ସମ୍ପାଦକ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ହୋଇଥିଲେ।

ଏହି ଗୋଷ୍ଠି ଶିକ୍ଷା ଅଧିକାରୀ  ନବୀନ ଚନ୍ଦ୍ର ଖରା ଙ୍କ ନିଷ୍ଠାପର, କାର୍ଯ୍ୟାଦକ୍ଷତା, ଅତ୍ମୀୟତା ସ୍ନେହ ସମ୍ପର୍କ ର ସୁ କାର୍ଯ୍ୟରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ସୁ ଜ୍ଞାନ ମାର୍ଗ ଦର୍ଶକ, ସୁ ଦକ୍ଷତା ପରିଚାଳନା କରିଥିବା ଉପରେ ଅଭିଭାଷଣ ଦେଇ ସମ୍ବର୍ଦ୍ଧନା ରେ ସମସ୍ତ ଶିକ୍ଷକ ମାନେ ଦୁଃଖ ପ୍ରକାଶ କରିଥିଲେ।

ଏଥିରେ ବହୁ ସଂଖ୍ୟାରେ ଶିକ୍ଷକ ମାନେ ଉପସ୍ଥିତ ହୋଇ ଏହି ସମ୍ବର୍ଦ୍ଧନା ଉତ୍ସବ ର ଅଭିଭାଷଣ ପରେ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କୁ ଉପଢ଼ୋକନ ସହ ଉପହାର ପ୍ରଦାନ କରାଯାଇଥିଲ।। ସର୍ବଶେଷରେ  ମୁରଲୀଧର ବେହେରା ଙ୍କ ଦ୍ୱାରା ଉପସ୍ଥିତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ।

ବିଷମକଟକ ରୁ ଶିବ ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ ବିଏମସି  ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *